ଏଠି ସମସ୍ତେ ଶହେରୁ ଊଦ୍ଧ୍ୱର୍ ବର୍ଷ ବଞ୍ଚନ୍ତି
ଆଜିକାଲି ଶତାୟୁ ବ୍ୟକ୍ତିଙ୍କୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ । କାରଣ ଏବେ ମଣିଷର ଆୟୁ କମିଯାଇଛି । ହେଲେ ଜାପାନରେ ଏହାର ବିପରୀତ ପରିସ୍ଥିତି । ଏଠାରେ ପ୍ରତ୍ୟେକ ବ୍ୟକ୍ତି ଶହେରୁ ଊଦ୍ଧ୍ୱର୍ ବର୍ଷ ବଞ୍ଚିଥାଆନ୍ତି ବୋଲି ସେମାନେ ଦାବି କରିଛନ୍ତି । ଅବଶ୍ୟ ଏହା ପଛର କାରଣ ସେମାନେ ଦର୍ଶାଇଛନ୍ତି । ଜାପାନର ଲୋକେ ବହୁ ସମୟ ପରିଶ୍ରମ କରିବା ଦେଖିବାକୁ ମିଳେ । ଏମିତିକି ସେମାନେ ବିନା ବାଧାରେ ଘଣ୍ଟା ଘଣ୍ଟା ଧରି କାମ କରିଥାଆନ୍ତି । ସେଥିପାଇଁ ତାଙ୍କୁ କିଛି ସମୟ ଶୋଇବା ପାଇଁ କାର୍ଯ୍ୟାଳୟରେ ବ୍ୟବସ୍ଥା କରାଯାଇଥାଏ । ସେହିପରି ଏମାନେ ନିଜ ଗାଧୁଆ ଘରେ ଏକ ସ୍ୱତନ୍ତ୍ର ଧରଣର ଚପଲ ବ୍ୟବହାର କରନ୍ତି । ଯାହା ସେମାନଙ୍କୁ ଅନେକ ଦିନ ସୁସ୍ଥ ରଖିଥାଏ ବୋଲି କୁହାଯାଏ । ଏମାନଙ୍କ ଜୀବନଶୈଳୀ ହିଁ ଏମାନଙ୍କୁ ଦୀର୍ଘାୟୁ କରିଥାଏ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି ।


