ଏଡ଼ସ୍ ,କରୋନା ଓ ରକ୍ତଦାନ ସଚେତନତା ସଭା

ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍‌):ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରେଡ଼କ୍ରସ ପକ୍ଷରୁ ଏଡ଼ସ୍ ,କରୋନା ଓ ରକ୍ତଦାନ ସଚେତନତାର ଏକ ସଭା ଅଧ୍ୟାପକ ସନ୍ତୋଷ କୁମାର ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଚେତନତା ସଭାରେ ମୁଖ୍ୟ ଅତିଥି ଭାବେ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ଦୟାନିଧି ରାଉତ ଯୋଗଦେଇ ଏଡ଼ସ୍, କରୋନ ଓ ରକ୍ତଦାନ ବିଷୟରେ ମତରଖି ଛାତ୍ରଛାତ୍ରୀ ବୃନ୍ଦଙ୍କୁ ସଚେତନତା କରାଇଥିଲେ। ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ଡ଼ଃ ପ୍ରିୟବ୍ରତ ପ୍ରଧାନ, ସୁରେଶକାନ୍ତ ଜେନା,କାହ୍ନୁ ଚରଣ ଦାଶ ଓ ଅଧ୍ୟାପିକା ସୁଚିତ୍ରା ପଣ୍ଡା,ସଂଯୁକ୍ତା ପାତ୍ର, ଅର୍ଚ୍ଚନା ମୁନି ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ। ରେଡ଼ କ୍ରସ ସଂଗଠନର ସଂଚାଳକ ଅଧ୍ୟପାକ ଦିଲ୍ଲୀପ କୁମାର ଆଚାର‌୍ୟ୍ୟ ସଂଯୋଜନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ