ଏଡ଼ସ ଆକ୍ରାନ୍ତ ଙ୍କୁ ମିଳୁନି ସରକାରୀ ସାୟତା

ମୋହନା,(ଅଂଶୁମାନ ପଣ୍ଡା): ରାଜ୍ୟ ସରକାର ଗରିବ ଓ ରୋଗୀ ଙ୍କ ପାଇଁ ବିଭିନ୍ନ ଯୋଜନା କରିଛନ୍ତି କିନ୍ତୁ ସଠିକ୍ ଭାବେ ମିଳୁନି ସାୟତା | ଏପରି ଘଟଣା ଦେଖିବା କୁ ମିଳିଛି ଶିଙ୍କୁଳି ପଦର ପଞ୍ଚାୟତ ରେ ବିଶିକେଶନ ନାୟକ ୬ ବର୍ଷ ହେଲା ଏଡସ୍ ରୋଗ ରେ ଆକ୍ରାନ୍ତ ହଇଚନ୍ତି | ନିଜେ କୁଲି ମଜୁରୀ କରି ପରିବାର ଚଳାଉ ଥିବା ବେଳେ ପରିବାର କହିଲେ ତାଙ୍କ ସ୍ତ୍ରୀ ଓ ୫ ବର୍ଷ ର ପୁଅ ରହୁଛନ୍ତି |ରହିବା ପାଇଁ ଖଣ୍ଡେ ଭଲ ଘର ମଧ୍ୟ ନାହିଁ, ସରକାରୀ ସାୟତା ପାଇଁ ବହୁ ବାର ବ୍ଲକ କାର୍ଯ୍ୟାଳୟ ଓ ଜିଲ୍ଲା ପାଳଙ୍କ ଅଭିଯୋଗ ଶୁଣାଣୀ ରେ କହିଥିଲେ କିନ୍ତୁ କୌଣସି ସାହାଯ୍ୟ ମିଳିନି | ଗତ ଗୁରୁବାର ଦିନ ମୋହନା ବ୍ଲକ କୁ ଆସି ବିଡିଓ ବଂଶୀଧର ଖୋସଲା ଙ୍କୁ ଅଭିଯୋଗ ଜଣାଇବା ସହ ଲିଖିତ ଆକାରରେ ଦେଇଛନ୍ତି ଅନ୍ୟପଟେ ଶ୍ରୀ ଖୋସଲା କହିଛନ୍ତି ତୁରନ୍ତ ତାଙ୍କୁ ସରକାରୀ ସହାୟତା ଯୋଗାଇବା ସହ ଘର ମଧ୍ୟ ଦିଆଯିବ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ