ଏଡିଇଓ ସଙ୍ଘ ତରଫରୁ ମୃତକଙ୍କ ପରିବାରକୁ ଆର୍ଥିକ ସାହାଯ୍ୟ

ଗାଙ୍ଗପୁରର,(ସନ୍ତୋଷ କୁମାର ବିଷୋୟୀ): ଚଳିତ ମାସ ଆଠ ତାରିଖରେ ଜଗନ୍ନାଥ ପ୍ରସାଦ ବ୍ଲକର କାର୍ଯ୍ୟରତ ଏ. ଡି. ଇ.ଓ ପ୍ରଶାନ୍ତ କୁମାର ରଥଙ୍କ ହୃତଘାତରେ ପରଲୋକ ହୋଇଥିଲା। ଆଜି ତାଙ୍କ ଦ୍ଵାଦଶ କାର୍ଯ୍ୟକ୍ରମ ରେ ଜଗନ୍ନାଥ ପ୍ରସାଦ ବ୍ଲକ ପ୍ରଶାସନ ଓ ଘୁମୁସର ଏ. ଡି.ଇ.ଓ ସଂଘର ସଭ୍ୟ ଓ ସଭ୍ୟା ମାନେ ଯୋଗ ଦେଇ ତାଙ୍କ ପରିବାରକୁ ୧୦୦୦୦୦/-(ଏକ ଲକ୍ଷ୍ୟ ) ଟଙ୍କା ର ଆର୍ଥିକ ସହାୟତା ପ୍ରଦାନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଜଗନ୍ନାଥ ପ୍ରସାଦ ବ୍ଲକ ର ଗୋଷ୍ଟି ଉନ୍ନୟନ ଅଧିକାରୀ ମନ୍ମମଥ ନାଥ ମଲ୍ଲିକ,ସହକାରୀ ନିର୍ବାହୀ ଯନ୍ତ୍ରୀ ଅଚ୍ୟୁତାନନ୍ଦ ପଟ୍ଟନାୟକ, ଜିପିଡିଓ ମଥୁରାମ ନାୟକ, ସେସେକ୍ସନ ଅଫିସର କୃଷ୍ଣ ଚନ୍ଦ୍ର ମହାନ୍ତି, ଜଗନ୍ନାଥ ପ୍ରସାଦ ପିଓ ସଙ୍ଘ ସଭାପତି ବସନ୍ତ କୁମାର ସାହୁ, ଜଗନ୍ନାଥ ପ୍ରସାଦ ଏ. ଡି.ଇ.ଓ ସଂଘ ସଭାପତି ରବୀନ୍ଦ୍ର ପାଣିଗ୍ରାହୀ, ସମ୍ପାଦକ ଭବାନୀ ଶଙ୍କର ଦାସ, କୃତିବାସ ସ୍ୱାଇ, ମଙ୍ଗଳୁ ନାୟକ, ରୋହିତ କୁମାର ଗୌଡ଼। ବେଲ୍ଲଗୁଣ୍ଠା ବ୍ଲକ ଏ. ଡି. ଇ.ଓ ସଂଘ ସଭାପତି ଲୋକନାଥ ପ୍ରଧାନ ଭଞ୍ଜନଗର ବ୍ଲକ ଏ. ଡି. ଇ.ଓ ସଂଘ ସଭାପତି ଗୋପାଳ କ୍ରିଷ୍ଣା ସାହୁ ପ୍ରମୁଖ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ