ଏଡିଏମଙ୍କ ଅଚାନକ କୋଦଳା ଏନଏସି ଗ୍ରସ୍ତ

କୋଦଳା, (ଗୁଲସନ କୁମାର କର) :-ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଲୀନା କୁମାରୀ ଗୁରୁବାର ଅଚାନକ କୋଦଳା ଏନଏସି ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ପରିଦର୍ଶନ କରିବା ସହ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଏଡିଏମଙ୍କ ସହ କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଦାୟିତ୍ବରେ ଥିବା ତହସିଲଦାର ସଶ୍ମିତା ଶତପଥୀ ଉପସ୍ଥିତ ରହି ସହଯୋଗ କରିଥିଲେ।କୋଦଳା ଏନଏସି ସମେତ ନିକଟବର୍ତ୍ତୀ ଅଞ୍ଚଳର ଆବଶ୍ୟକତାକୁ ପୁରଣ କରିବା ସକାଶେ ସ୍ଥାନୀୟ କିନାରୀ ଠାରେ ପ୍ରାୟ ୨କୋଟି ରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳରେ ମଳ ବିଶୋଧନ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଚାଲିଛି।ସଂପୃକ୍ତ ପ୍ରକଳ୍ପରୁ ଜଳ ଓ ମଳ ପୃଥକୀକରଣ କରାଯିବାର ବ୍ୟବସ୍ଥା ରହିଛି । ନିର୍ଗତ ଜଳକୁ ଚାଷ କାର୍ଯ୍ୟରେ ବ୍ୟବହୃତ ସକାଶେ ଉଦ୍ଧିଷ୍ଠ ରହିଥିବା ବେଳେ ମଳର ଅବଶିଷ୍ଟାଂଶ ଖତ ଭାବେ ବ୍ୟବହାର ହୋଇ ପାରିବ ବୋଲି ସୂଚନା ମିଳିଛି । ଏହାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ଏଡିଏମ୍। ସେହିପରି ଦଣ୍ଡିଶ୍ୱର ମନ୍ଦିର ନିକଟରେ ଚାଲିଥିବା ପାର୍କ, କୋର୍ଟ ନିକଟରେ ଚାଲିଥିବା ସମ୍ପଦ କେନ୍ଦ୍ର ନିର୍ମାଣ କାର୍ଯ୍ୟକୁ ମଧ୍ୟ ତଦାରଖ କରିଛନ୍ତି । କୋଦଳା ଏନଏସି ର ବିଭିନ୍ନ ସମସ୍ୟା ତଥା କିଛି ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ସମ୍ପର୍କରେ ଏଡିଏମଙ୍କୁ ଜଣାଇଛନ୍ତି ଅଧ୍ଯକ୍ଷ ସୂର୍ଯ୍ୟ ନାରାୟଣ ନାୟକ ।ଏନେଇ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ