ଏଡିଏମ୍’ଙ୍କ ଅଚାନକ ବହଳଦା ଓ ତିରିଂ ଅଞ୍ଚଳ ଗସ୍ତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୁରଭଞ୍ଜ ଜିଲ୍ଲାର ଅରିରିକ୍ତ ଜିଲ୍ଲା ମାଜିଟ୍ରେଟ୍(ରାଜସ୍ବ ବିଭାଗ) ଆଜି ଅଚାନକ ବାଙ୍ଗ୍ରିପୋଷି,ବହଳଦା ଓ ତିରିଂ ଅଞ୍ଚଳକୁ ଗସ୍ତ କରି ବେଆଇନ୍ ଭାବେ ଚାଲୁଥିବା ବାଲିଘାଟ ଓ ପଥର ଖାଦାନ ଉପରେ ଚଢଉ କରି ଛାପା ମାରିଥିଲେ ଏବଂ ତାଙ୍କ ହାବୁଡରେ ପଡିଥିବା ବାଲି ଓ ପଥର ବୋଝେଇ କେତେକ ଟ୍ରାକ୍ଟରକୁ ଅର୍ଥ ଥଣ୍ଡରେ ଦଣ୍ଡିତ କରିବା ସହିତ ଲିଜ୍ଧାରି’ଙ୍କୁ ମଧ୍ୟ ଅର୍ଥ ଦଣ୍ଡରେ ଦଣ୍ଡାଦେଶ କରିଥିଲେ। ବାଙ୍ଗ୍ରିପୋଷି,ବହଳଦା ଓ ତିରିଂ’ ଅଞ୍ଚଳର ବାଲିଘାଟ ଓ ପଥର ଖାଦାନ ମାନଙ୍କରେ ଲିଜ୍ ଅବଧି ସମାପ୍ତ ହୋଇଥିବା ପରେ ମଧ୍ୟ ଉପଯୁକ୍ତ ଅନୁମତି ପତ୍ର ନଥାଇ ବେଆଇନ୍ ଭାବେ ରାଜସ୍ବ ଫାଙ୍କି ବାଲି ଓ ପଥର ଚାଲାଣ ହେଉଥିବାର କୌଣସି ସୂତ୍ରରୁ ଖବର ପାଇ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ ବିଭାଗ) ଶ୍ରୀ ବିବେକାନନ୍ଦ ସାହୁ ଆଜି ଅଚାନକ ଗସ୍ତ କରି ବିଭିନ୍ନ ସ୍ଥାନରେ ଚଢଉ କରିଥିଲେ।ଅତିରିକ୍ତ ଜିଲ୍ଲାପାଳଙ୍କ ଏହି ଗସ୍ତକୁ ସମ୍ପୂର୍ଣ୍ଣ ଭାବେ ଗୁପ୍ତ ରଖାଯାଇଥିଲା।ବହଳଦା ନିକଟସ୍ଥ ଜାମଦା ତହସିଲ ଅଧିନରେ ଥିବା ଖଡଖାଇ ନଦୀର ଦୁନ୍ଦୁ’ବିଲିଘାଟରେ ଅଚାନକ ଚଢଉ କରି ଛାପା ମାରିଥିଲେ ଏବଂ ଲିଜ୍ଧାରି’ଙ୍କୁ ବାଲି ଚାଲାଣ ପାଇଁ ବିଭାଗ ପକ୍ଷରୁ ଦିଆ ଯାଉଥିବା ଅନୁମତି କାଗଜ ପତ୍ର ଦେଖାଇବାକୁ ତାଗିଦ୍ କରିଥିଲେ ହେଲେ ଲିଜ୍ ଧାରୀ କୌଣସି କାଗଜପତ୍ର ଦେଖାଇ ପାରିନଥିଲେ ଫଳରେ ତାଙ୍କୁ ୨୦/-ହଜାର ଟଙ୍କାର ଜରିମାନାର ଅର୍ଥ ଦଣ୍ଡାଦେଶରେ ଦଣ୍ଡିତ କରିଥିଲେ ଏବଂ ଅପରାହ୍ନ ୫’ଟା ସୁଦ୍ଧା ସମ୍ପୃକ୍ତ ରାଜସ୍ବ ନିରୀକ୍ଷକ’ଙ୍କ କାର୍ଯ୍ୟାଳୟରେ ଜରିମାନା ଅର୍ଥ ଜମା କରିବାକୁ ଆଦେଶ ଦେଇଥିଲେ ନଚେତ ତାଙ୍କ ବିରୁଦ୍ଧରେ ଆଇନ ଅନୁସାରେ ଓ୍ବାରେଣ୍ଟ ଜାରି କରାଯିବ ବୋଲି ଚେତାବନୀ ଦେଇଥିଲେ।ଲିଜ୍ ନବିକରଣ ନହେବା ପର୍ଯ୍ୟନ୍ତ ସୌରାତରୁ ଗୋଟିଏ ହେଲେ ବାଲି ଚାଲାଣ ହୋଇ ପାରିବ ନାହିଁ ବୋଲି ତାଗିଦ୍ କରିଥିଲେ।ଚଢଉ ବେଳେ ଉକ୍ତ ବାଲିଘାଟରୁ ବେଆଇନ ଭାବେ ବାଲି ନେଉଥିବା ୪’ଟି ବାଲି ବୋଝେଇ ଟ୍ରାକ୍ଟର ରୁ ରାଜସ୍ବ ସହିତ ୫’ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇ ଛାଡି ଦିଆଯାଇଥିଲା।ପରେ ତିରିଂ ଅଞ୍ଚଳକୁ ଗସ୍ତରେ ଯାଇ ୨’ଟି ବେଆଇନ୍ ପଥର ବୋଝେଇ ଟ୍ରାକ୍ଟରରୁ ରାଜସ୍ବ ସହିତ ୧୦’ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରିଥିଲେ।ତେବେ କୌଣସି ସୌରାତରୁ ଏପରି ବେଆଇନ୍ ଖଣିଜ ସମ୍ପଦ ଉତ୍ତୋଳନ ହେଉଥିଲେ ଲିଜ୍ଧାରୀ କିମ୍ବା ଚୋରା ଚଲାଣକାରୀ’ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଚିତ୍ ଶିକ୍ଷା ଦେବାକୁ ବହଳଦା ତହସିଲଦାର’ଙ୍କୁ ମଧ୍ୟ ତାଗିଦ୍ କରିଥିଲେ।ଗସ୍ତରେ ଅତିରିକ୍ତ ଜିଲ୍ଲାପାଳ’ଙ୍କ ସହିତ ବାରିପଦା ଅତିରିକ୍ତ ତହସିଲଦାର ସାଗର ଚନ୍ଦ୍ର ମୁର୍ମୁ ଓ ବାଙ୍ଗ୍ରିପୋଷି ଅତିରିକ୍ତ ତହସିଲଦାର ସାହେବରାମ ବାସ୍କେ ଉପସ୍ଥିତ ରହି ଚଢଉରେ ସହୋଯୋଗ କରିଥିଲେ।ଅତିରିକ୍ତ ଜିଲ୍ଲାପାଳଙ୍କ ବହଳଦା ଗସ୍ତବେଳେ ବହଳଦା ଥାନା ଅଧିକାରୀ ଯୋଗେନ୍ଦ୍ର କୁମାର ମଲ୍ଲିକ ଦଳବଳ ସହିତ ଉପସ୍ଥିତ ରହି ସୂରକ୍ଷା ଯୋଗାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ