ଏଣ୍ଡର ସରକାରୀ ଉ.ପ୍ରା. ବିଦ୍ୟାଳୟରେ ପୋଷାକ ବିତରଣୀ ଉତ୍ସବ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ପଞ୍ଚାୟତର ଏଣ୍ଡର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୀପକ କୁମାର ବେହେରା ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ୮ ନଂ ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟ ରଶ୍ମିରଞ୍ଜନ ରାଉତ ମୁଖ୍ୟ ଅତିଥି, କଂସାର ପଞ୍ଚାୟତ ସରପଞ୍ଚ ସରୋଜିନୀ ନାୟକ, ସମିତି ସଭ୍ୟ ସରୋଜରଞ୍ଜନ ଜେନା, ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ କୁମୁଦିନୀ ଦେଈ ଏବଂ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ପ୍ରଦୀପ କୁମାର ଖଟୁଆ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ୧୭୪ଜଣ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଉପସ୍ଥିତ ୧୬୦ଜଣଙ୍କୁ ଦୁଇହଳ ପୋଷାକ ଓ ଏକହଳ ଜୋତା ଏବଂ ଦୁଇହଳ ମୋଜା ପ୍ରଭୃତି ପ୍ରଦାନ କରାଯାଇଥିଲା । ସଭା ପ୍ରାରମ୍ଭରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ପରିଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିକ୍ଷକ ଜିତେନ୍ଦ୍ର କୁମାର ତ୍ରିପାଠୀ, ଅରୁପାନନ୍ଦ ରାଉତରାୟ, ସୁନାକର ବେହେରା, ହିମାଂଶୁ ଦାସ, ମହେଶ୍ୱତା ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ମାନସ ଜେନାଙ୍କ ସମେତ କମିଟି ସଦସ୍ୟ, ୱାର୍ଡ ମେମ୍ବର, ଆଶାକର୍ମୀ ଓ ଅଙ୍ଗନୱାଡିକର୍ମୀ ଏବଂ ଛାତ୍ରାଭିଭାବକମାନେ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ