ଏତିହ୍ୟ ଘେରରେ ପ୍ରାଚୀନ ଘୁମୁସର ଗଡ଼ ଆଲୋଚନା ଚକ୍ର ଓ ଭଜନ ସମାରୋହ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବେଲଗୁଣ୍ଠା ବ୍ଳକ୍ ଗୋବରା ପଞ୍ଚାୟତ ଅଧୀନରେ ଥିବା ଜୟନ୍ତୀଗଡ଼ର ଭଞ୍ଜ ଯୁଗୀୟ ଐତିହ୍ୟ ବାସୁଦେବ ମନ୍ଦିର ସମ୍ପର୍କିତ ‘ଏତିହ୍ୟ ଘେରରେ ପ୍ରାଚୀନ ଘୁମୁସର ଗଡ଼’ ଶୀର୍ଷକ ଆଲୋଚନା ଚକ୍ର ସ୍ଥାନୀୟ କନକ ଦୂର୍ଗା ମନ୍ଦିର ପରିସରରେ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି I ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ସଭାପତି ଗୋପାଳ ଚନ୍ଦ୍ର ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ରୂପେ ବିଶିଷ୍ଟ ଭଞ୍ଜ ଗବେଷକ ତଥା ଭଞ୍ଜମାଟି ପତ୍ରିକାର ସମ୍ପାଦକ କାମରାଜୁ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ରୂପେ ବୁଗୁଡ଼ା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଭୂତି ଭୂଷଣ ମିଶ୍ର ଯୋଗଦେଇଥିଲେ I ସେହିପରି ସମ୍ମାନିତ ଅତିଥି ରୂପେ ବିଶିଷ୍ଟ ପ୍ରବଚକ ନିରଞ୍ଜନ ରାଉତ, ଗୋବରା ସମ୍ବାଦ ସାହିତ୍ୟଘର ସଭାପତି ଅଭିମନ୍ୟୁ ଦଳାଇ, ବିଶ୍ୱଭାରତୀ ଅଧ୍ୟକ୍ଷ କୁଞ୍ଜବିହାରୀ ନାୟକ, ପୂର୍ବତନ ସମିତିସଭ୍ୟ ବଂଶୀଧର ବିଶ୍ୱାଳ, ସମାଜସେବୀ କର୍ପୂର ସ୍ୱାଇଁ ଯୋଗଦେଇ ଭଞ୍ଜ ମାଟିର ଐତିହ୍ୟ ଏବଂ ଜୟନ୍ତୀଗଡ଼ ବାସୁଦେବ ମନ୍ଦିରର ସୁରକ୍ଷା ଏବଂ ପ୍ରଗତି ଉପରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ I ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ସମ୍ପାଦକ ଦିବ୍ୟଲୋଚନ ବିଶ୍ୱାଳ ଅତିଥି ସ୍ୱାଗତ କରିବା ସହିତ ବିବରଣୀ ପଠନ କରିଥିଲେ I ବିନାୟକ ଟିଉଟୋରିଆଲ୍ ଛାତ୍ରୀ ଲିକି ନାୟକ, ଲୀଜା ରାଣୀ ପଣ୍ଡା, ନନ୍ଦିନୀ ମହାନ୍ତି, ସନ୍ଧ୍ୟାରାଣୀ ନାୟକ, ନିକିତା ନାୟକ,ସ୍ମୃତି ସୁମନ୍ ସ୍ୱାଇଁ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ I ଶିକ୍ଷକ ଶିଶିର କୁମାର ସ୍ୱାଇଁ ସ୍ଵାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ I ଏହି ଅବସରରେ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ପକ୍ଷରୁ ସଙ୍ଗୀତଜ୍ଞ ନାରାୟଣ ସ୍ୱାଇଁ,ରାମେଶ୍ଵର ସାହୁ,ତବଲା ବାଦକ ବିଷ୍ଣୁ କୁମାର ବେହେରା,ସମାଜସେବୀ ସନ୍ତୋଷ କୁମାର ଦାସ,ପୂଜକ କୃତ୍ତିବାସ ପାଣିଗ୍ରାହୀ, ବାଳକୃଷ୍ଣ ପଣ୍ଡା, କୃଷ୍ଣଭକ୍ତ ରବୀନ୍ଦ୍ର ନାଥ ପଣ୍ଡାଙ୍କୁ ସମ୍ମାନିତ କରାଯାଇଥିଲା I ସେହିପରି ବାସୁଦେବ ମନ୍ଦିରର ସମସ୍ୟାକୁ ଖବରକାଗଜ ମାଧ୍ୟମରେ ଲୋକଲୋଚନକୁ ଆଣିଥିବାରୁ ସାମ୍ବାଦିକ କୃଷ୍ଣଚନ୍ଦ୍ର ପଟ୍ଟନାୟକଙ୍କୁ ମଧ୍ୟ ଅନୁଷ୍ଠାନ ପକ୍ଷରୁ ପ୍ରଶଂସା ପତ୍ର ଏବଂ ଉପଢ଼ୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା I ଯୁବ ସ୍ଵେଚ୍ଛାସେବୀ ଅନ୍ତର୍ଯ୍ୟାମୀ ପ୍ରଧାନ, ଯୋଗେନ୍ଦ୍ର ମାହାର,ଚନ୍ଦନ ନାଇକ, ସନ୍ତୋଷ କୁମାର ପାଣିଗ୍ରାହୀ, ସାଗର ପରିଛା, ବସନ୍ତ ମହାରଣା, ଶିବରାମ ରାଉତଙ୍କ ସମେତ ଜୟନ୍ତୀଗଡ଼ ଗ୍ରାମବାସୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ସମ୍ପାଦକ ଦିବ୍ୟଲୋଚନ ବିଶ୍ୱାଳ ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ