ଏତେ ଅଶ୍ଳୀଳତା କାହିଁକି

ଦିପ୍ତିମୟୀ ନାୟକ
ଆଜିକାଲି ଯାତ୍ରାରେ ଅଶ୍ଳୀଳତା ନୃତ୍ୟ ସହ ଅଶ୍ଳୀଳ କଥା କହି କିଛି ଯୁବତୀ ଚର୍ଚ୍ଚିତ ଚେହେରା ପାଲଟି ଯାଉଛନ୍ତି | ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ ଯାତ୍ରା କମିଟି | ଯଦି ଯାତ୍ରା କମିଟି ଗୁଡିକ ସେମାନଙ୍କୁ ଅଶ୍ଳୀଳ ନୃତ୍ୟ କିମ୍ବା ଅଶ୍ଳୀଳ କଥା କହିବାକୁ ବାରଣ କରନ୍ତେ ତେବେ ସେହି ଯୁବତୀ ମାନେ ଅଶ୍ଳୀଳତା ନାମରେ ନିଜ ଅଙ୍ଗ ପ୍ରଦର୍ଶନ କରନ୍ତେନି କି ରାତାରାତି ଗୋଟେ ଚର୍ଚ୍ଚିତ ଚେହେରା ହୁଅନ୍ତେନି | ଯଦିଓ ଯାତ୍ରାରେ ଏହି ଯୁବତୀ ମାନେ ଅଶ୍ଳୀଳ କଥା କହିବା ସହ ନିଜ ଅର୍ଦ୍ଧ ନଗ୍ନ ଶରୀର ଦେଖାନ୍ତି କିଛି ଦର୍ଶକ ମଧ୍ୟ ବିଚଳିତ ହୋଇଥାନ୍ତି ଆଉ କିଛି ଦର୍ଶକ ନିଜ ପରିବାର ସହ କିପରି ଏତେ ଅଶ୍ଳୀଳ ନୃତ୍ୟ ଦେଖିବେ ଏବଂ କିପରି ଏତେ ଅଶ୍ଳୀଳ କଥା ଶୁଣିବେ ଲାଜରେ ମୁହଁ ତଳକୁ କରିଦିଅନ୍ତି | ଏଠି କଥା ଉଠୁଛି କିଏ କାହାକୁ କେତେ ବାଧ୍ୟ କରୁଛି ସେହି ଅଶ୍ଳୀଳ ନୃତ୍ୟ ଦେଖିବାକୁ କି ଅଶ୍ଳୀଳ କଥା ଶୁଣିବାକୁ | ଯେହେତୁ ଆମ ଦେଶ ହେଉଛି ନାଟ୍ୟ, ସଂଗୀତ, କଳା, ପରମ୍ପରାର ଦେଶ ଯାତ୍ରା ପ୍ରତି ଲୋକଙ୍କର ଲୋକପ୍ରିୟତା ରହିଛି କିନ୍ତୁ ଦୁଃଖର ବିଷୟ ସେହି ଲୋକପ୍ରିୟତା ଏବେ କମିବାକୁ ବସିଲାଣି | ଯେଉଁ ଯାତ୍ରାରେ ଲୋକଙ୍କର ମନୋରଞ୍ଜନ ଥାଏ ଏବେ ସେହି ଯାତ୍ରାରେ ମନୋରଞ୍ଜନ ନାମରେ ଅଶ୍ଳୀଳତା କଥା ସାଙ୍ଗକୁ ଅଶ୍ଳୀଳ ନୃତ୍ୟ ଭରି ରହିଛି | ତେଣୁ ଯାତ୍ରାପାର୍ଟିର ସଦସ୍ୟମାନେ ଏଥିପ୍ରତି ଦୃଷ୍ଟି ଦେବା ନିହାତି ଜରୁରୀ | ନୃତ୍ୟ ହେଉ ଅଶ୍ଳୀଳତାକୁ ବନ୍ଦ କରାଯାଉ | ଦୋଅକ୍ଷରୀ ଅର୍ଥାତ ଅଶ୍ଳୀଳ ଭାଷାକୁ ଛାଡି ଭଲ ଭାଷା କୁହାଯାଉ | ଯାତ୍ରା କହିଲେ ସାଧାରଣତଃ ଆମେମାନେ ବୁଝିଥାଉ ଯେ କୌଣସି ପୌରାଣିକ ବିଷୟବସ୍ତୁକୁ ନେଇ ଏକ ମୁକ୍ତ ରଙ୍ଗମଞ୍ଚରେ ନିଜ ମୁହଁରେ ରଙ୍ଗ ବୋଳି ସର୍ବସମ୍ମୁଖରେ ଅଭିନୟ କରି ଲୋକମାନଙ୍କ ମନ କିଣିବା ଏବଂ ଆମ ସମାଜକୁ ଗୋଟେ ଉତ୍ତମ ବାର୍ତ୍ତା ଦେବା | ଅନେକ ପେଶାଦାର ସଂସ୍ଥାମାନଙ୍କର ଭାତ ହାଣ୍ଡି ଚୁଲି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ କାରଣ ଏହି ଯାତ୍ରା ଜଗତରେ ଥିବା କଳାକାର ମାନେ ଯାତ୍ରାକୁ ହିଁ ତାଙ୍କର ଜୀବନ ଓ ଜୀବିକା ଭାବିଥାଆନ୍ତି | ଏବେବି ଯାତ୍ରା କଥା ଉଠିଲେ ମନରେ ଗର୍ବ ଆସେ ଯେଉଁଠି ଆଧୁନିକ ଯୁଗରେ ବିଭିନ୍ନ ସିନେମା ହଲ, ,ଇଣ୍ଟରନେଟ, ମୋବଇଲର ଚାହିଦା ବଢ଼ିଚାଲିଥିବା ବେଳେ ଆଜିବି ଆମ ଲୋକମାନଙ୍କ ମନରେ ସେହି ଯାତ୍ରା ପ୍ରେମ ଅଛି | ବାହାର ଲୋକମାନଙ୍କ ଆଗରେ ଆମେ ମଥା ଟେକି କହି ପାରୁଛୁ ଆଧୁନିକ ଯୁଗ ହେଲେ ମଧ୍ୟ ଆମେ ଆଜିବି ସେହି ପୁରୁଣା ସଂସ୍କୃତିକୁ ଆପଣେଇ ନେଇଛୁ | ଆମ ଦେଶ ହେଉଛି ନାଟ୍ୟ, ସଂଗୀତ , କଳା ପରମ୍ପରାର ଦେଶ କିନ୍ତୁ ଏହା ଏବେ ଆଧୁନିକତା ଭିତରେ ଅନ୍ତସାରଶୂନ୍ୟ | ଓଡିଶାର ବିଭିନ୍ନ ସ୍ଥାୟୀ ପେସାଦାର ରଙ୍ଗମଞ୍ଚ ଗୁଡିକର ଦୁରାବସ୍ଥା ତାହାର ନିଚ୍ଛକ ଉଦାହରଣ ପାଲଟିଯାଇଛି | ଓଡିଶାର ପ୍ରାଚୀନ ନାଟ୍ୟ ପରମ୍ପରାକୁ ରକ୍ଷା କରିବା ଆମମାନଙ୍କର ନିତ୍ୟାନ୍ତ ଆବଶ୍ୟକ | ଆମମାନଙ୍କ ଭିତରେ ଆଧୁନିକତା ରହୁ କିନ୍ତୁ ଆମ ପରମ୍ପରା ଯେମିତି ନବଦଳୁ |ଆଜିର ସମାଜରେ ଯେଉଁ ସବୁ ଯାତ୍ରା ହେଉଛି ତାହା ଆମମାନଙ୍କ ପରମ୍ପରାରେ ନାହିଁ | ପୂର୍ବକାଳରେ ଯେଉଁଠି ଯାତ୍ରା ହୋଇଥାଏ ସେଠି ନିଜ ପରିବାର ସହ ମିଶିକି ଯାତ୍ରା ଦେଖି ହୋଇପାରୁଥିଲା କିନ୍ତୁ ଏବେ ଯେମିତି ସବୁ ଯାତ୍ରା ହେଉଛି ତାହା ନିଜ ପରିବାର ସହ ମିଶିକି ଯାତ୍ରା ଦେଖିବାକୁ ମଧ୍ୟ ଖରାପ ଲାଗୁଛି ହୁଏତ ଏମାନଙ୍କ ମନରେ କିଏ ଭୁଲ ଧାରଣାର ବିଷ ମଞ୍ଜି ବୁଣି ଦେଇଛି ସେଥିପାଇଁ ଯାତ୍ରା ପାର୍ଟିର ମାଲିକ ମାନେ କଳାକାର ମାନଙ୍କୁ ଆଣି ବେସି ରୋଜଗାର କରିବା ଆଶାରେ ଉଲଗ୍ନ ପ୍ରାୟ ସଜେଇ ତାଙ୍କୁ ପେଣ୍ଡାଲ ଉପରେ ନଚାଉଛନ୍ତି ଆଉ ଦର୍ଶକ ସିନା ମଜା ନେଉଛନ୍ତି କିନ୍ତୁ ଏହା ଆମ ସମାଜ ଉପରେ ବହୁତ ଗୁଡିଏ କୁପ୍ରଭାବ ପକାଉଛି | ରୁଚି ମୁତାବକ ନିଜ ପରିବାର ସହ ଯାତ୍ରା ସବୁ ଯଦି ପରିବେଷଣ ହୁଅନ୍ତା ତାହାଲେ ନିଜ ପରିବାର ସହ ଯାତ୍ରା ଦେଖିବାକୁ ବି ଲାଜ ଲାଗୁନଥାନ୍ତା | ଆମେ ହେଉଛେ ଓଡ଼ିଆ ଯେତେବେଳେ ସିନେମା ନଥିଲା ସେତେବେଳେ ଏହି ଯାତ୍ରା କଳାକାର ମାନେ ହିଁ ବିଭିନ୍ନ ସାଂସ୍କୃତିକ ନାଟ୍ୟ ପରିବେଷଣ କରି ଲୋକ ମାନଙ୍କୁ ମନରଞ୍ଜନର ଖୁରାକ ଯୋଗାଉ ଥିଲେ ତେବେ ଏବେ କାହିଁକି ସେହି ଭଳି ନାଟ୍ୟ ପରିବେଷଣ ହେଉନାହିଁ | ଯାତ୍ରା ଆରମ୍ଭରୁ କାହିଁକି ଅଶ୍ଳୀଳ ନୃତ୍ୟ କରି ଯୁବପିଢ଼ିଙ୍କୁ ଖରାପ ବାର୍ତ୍ତା ପ୍ରେରଣ କରାଯାଉଛି |ଯଦି ସମାଜକୁ ଭଲ ବାର୍ତ୍ତା ଦେଲାଭଳି କିଛି ନାଟ୍ୟ ପରିବେଷଣ ହୁଅନ୍ତା ତାହାଲେ ଆମେମାନେ ଆମ ପୁରୁଣା ସଂସ୍କୃତିକୁ ଫେରି ପାଇପାରନ୍ତେ | ତେଣୁ ଯାତ୍ରା ହେଉ କିନ୍ତୁ ଆମ ଦେଶର ନାଟ୍ୟ, ସଙ୍ଗୀତ, କଳା, ପରମ୍ପରାକୁ ବଜେଇ ରଖୁ | ନାଟ୍ୟର ମୂଲ୍ୟବୋଧ ନକମୁ |
ଯୁବ ସାମ୍ବାଦିକା
ଦିପ୍ତିମୟୀ ନାୟକ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ