ଏଥର ଝଲସିବ ମଢିଆଳ ଗଙ୍ଗାଭାଗୀରଥର ଚାନ୍ଦି ମେଢ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଏଥର ଆହୁରି ଝଲସିବ କେନ୍ଦ୍ରାପଡା ସହରର ମଢିଆଳସ୍ଥିତ ଗଙ୍ଗାଭାଗୀରଥ ପୂଜା କମିଟି ପକ୍ଷରୁ ପ୍ରସ୍ତୁତ ଚାନ୍ଦି ମେଢ । ନୂଆ ରୂପରେ ଏଥର ଚମକିବ ଗଙ୍ଗାଭାଗୀରଥ ମେଢ । ପୂର୍ବରୁ ଏହି ମେଢର ୧କ୍ୱିଣ୍ଟାଲ ୨୦କେଜିର ଚାନ୍ଦି ମେଢ ଥିଲା । ଚଳିତ ବର୍ଷ ୨୦କେଜି ଓଜନର ଚାନ୍ଦି ସିଂହାସନ ପ୍ରସ୍ତୁତ କରାଯିବା ସହିତ ମା’ଗଙ୍ଗାଙ୍କର ପୂର୍ବରୁ ଥିବା ୫ଶହ ଗ୍ରାମର ସୁନା ମୁକୁଟକୁ ବଢାଯାଇ ୭ଶହ ଗ୍ରାମର ସୁନା ମୁକୁଟ ପ୍ରସ୍ତୁତ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଥିସହିତ ଚଳିତ ବର୍ଷ ପୂଜାରେ ଚିତାକର୍ଷକ ମେଲୋଡି କାର୍ଯ୍ୟକ୍ରମ ମଧ୍ୟ କରାଯିବ । ୩ତାରିଖ ସନ୍ଧ୍ୟାରେ ଇରା ମହାନ୍ତି ମେଲୋଡି ଅନୁଷ୍ଠିତ ହେବାକୁ ଥିବା ବେଳେ ୪ତାରିଖ ସନ୍ଧ୍ୟାରେ ପ୍ରଜ୍ଞା ଖଟୁଆଙ୍କ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏଥିସହିତ ଶ୍ରୀକାକୁଲମ ଭେଙ୍କଟେଶ୍ୱର ମ୍ୟୁଜିକାଲ ପ୍ରୋଗ୍ରାମ ମଧ୍ୟ ହେବାକୁ ଥିବା ବେଳେ ଚଳିତ ବର୍ଷ କଲିକତା ଢାଞ୍ଚାରେ ଚିତାକର୍ଷକ ସାଜସଜା ମଧ୍ୟ କରାଯିବାର ବ୍ୟବସ୍ଥା ହୋଇଥିବା ପୂଜା କମିଟି ପକ୍ଷରୁ ସୂଚନା ମିଳିଛି ।