ଏଥର ନିଜ ଗ୍ରାମ ରେ ପାଇବେ ରାସନ ସାମଗ୍ରୀ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ ପାଇଲିପଡା ପଞ୍ଚାୟତର ଜାଲଖାଇ ଗ୍ରାମବାସୀଙ ରାସନ ସାମଗ୍ରୀ ପାଇବା ସମସ୍ୟା ଦୀର୍ଘ ଦିନ ପରେ ଅସ୍ଥାୟୀ ରୁପେ ସମାଧାନ ହୋଇଛି । ଏଥର ଜାଲଖାଇରେ ରାସନ ସାମଗ୍ରୀ ବଣ୍ଟନ କରିବା ପାଇଁ ପ୍ରଶାସନ ବ୍ଳକ କର୍ତ୍ତୁପକ୍ଷ ନିଷ୍ପତ୍ତି ନେଇଥିବା କଥା ସୁଚନା ଦେଇଛନ୍ତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ । ସୂଚନାଯୋଗ୍ୟ ଯେ,ପାଇଲିପଡା ପଞ୍ଚାୟତରେ ଜାଲଖାଇ ଗ୍ରାମ ରହିଥିବା ବେଳେ ପାଇଲି ପଡା ଓ ଜାଲଖାଇ ମଝିରେ ବହିଯାଇଛ ବଡ଼ ନଦୀ । ଫଳରେ ନିଜ ପଞ୍ଚାୟତର କୌଣସି କାର୍ଯ୍ୟ ହେଉ କିମ୍ବା ରାସନ ସାମଗ୍ରୀ ପାଇବା ପାଇଁ ଏହି ଗ୍ରାମବାସୀ ନଦୀ ପାର ହୋଇ ନୁଆଗଡ ଗ୍ରାମକୁ ଯିବାକୁ ପଡୁଥିଲା । ଖରାଦିନେ ନଦୀରେ ପାଣି ନ ଥିଲେ ନଦୀ ଭିତରେ ଦେଇ ଆସି ସାମଗ୍ରୀ ନେଉଥିବା ବେଳେ ବର୍ଷର ଛଅ ମାସ ନଦୀରେ ପାଣି ରହୁଥିବା ଯୋଗୁଁ ରାସନ ସାମଗ୍ରୀ ଆଣିବା ପାଇଁ ଜାଲଖlଇ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ମାତ୍ର ୧ କିଲୋମିଟର ରାସ୍ତା ବଦଳରେ ବେଲଗୁଣ୍ଠା ଭାୟା ଗୋବରା କିମ୍ବା କଳମ୍ବ ,ଗହଙ୍ଗୁ ଭାୟା ଖୁକୁଣ୍ଡିଆ ଦେଇ ପ୍ରାୟ ୪୦ କିଲୋମିଟର ଯିବା ପାଇଁ ପଡୁଛି ।ଏ ନେଇ ଗ୍ରାମବାସୀ ପୁର୍ବରୁ ପ୍ରଶାସନ ଓ ବିଭିନ୍ନ ନିର୍ବାଚିତ ମାନଙ୍କୁ ପ୍ରତିନିଧିଙ୍କୁ ଜଣାଇଥିଲେ । ଏଥି ସହିତ ୪୮ ଯୋନ ଜିଲ୍ଲା ପରିଷଦ ସଦସ୍ୟ ସୁଧୀର କୁମାର ଜେନା ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ଲିଖିତ ଆକାରରେ ଜଣାଇ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ବିଷୟକୁ ଗୁରୁତ୍ୱ ଦେଇ ଆଜି ବ୍ଳକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ ଶତପଥୀ, ସରପଞ୍ଚ ଜୟରାମ ନାୟକ ପ୍ରମୁଖଙ୍କ ଉପସ୍ଥିତରେ ଆସନ୍ତା ୨୧ ତାରିଖରେ ଜାଲଖାଇ ଗ୍ରାମବାସୀଙ୍କ ପାଇଁ ସ୍ୱତନ୍ତ୍ର ରୁପେ ଅସ୍ଥାୟୀ ଭାବେ ଖାଉଟୀ ସାମଗ୍ରୀ ବଣ୍ଟନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ଅଧ୍ୟକ୍ଷ ଶ୍ରୀ ନାୟକ ସୂଚନା ଦେଇଛନ୍ତି ।ଏହି ନିଷ୍ପତ୍ତି ପରେ ଜାଲଖାଇ ଗ୍ରାମବାସୀ ବ୍ଳକ କର୍ତ୍ତୁପକ୍ଷ ଙ୍କୁ ସାଧୁବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ