ଏଥର ବିଗବସ ରେ ରାକ୍ଷୀ- ଦୀପକଙ୍କ ଯୋଡି
ବିଗବସ ନୂତନ ସିଜିନ୍ ବହୁତ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏଥିରେ ଭାଗ ନେଉଥିବା ସେଲିବ୍ରିଟିଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଥାଏ। ସବୁ ଥର ପରି ଏଥର ମଧ୍ୟ ବିଗ୍ ବସ୍ ଘରେ କିଏ କିଏ ସୁଯୋଗ ପାଇବେ ତାକୁ ନେଇ ଆରମ୍ଭ ହୋଇଗଲାଣି ଆଲୋଚନା। କାରଣ ବିଗବସ ସରିବା ପରେ ଜିତିଥିବା ସେଲିବ୍ରିଟିଙ୍କ ଭାଗ୍ୟ ପୂରା ପୂରି ବଦଳି ଯାଇଥାଏ ଚଳିତ ଥର ବିଗବସ ସେଲିବ୍ରିଟି ପ୍ରତିଯୋଗୀଙ୍କ ମଧ୍ୟରେ ରାକ୍ଷୀ ସାୱନ୍ତ, ଦୀପକ୍ କଲାଲଙ୍କ ପରି ଚର୍ଚ୍ଚିତ ଯୋଡ଼ି, ମିଥୁନ୍ ରକ୍ରବର୍ତ୍ତିଙ୍କ ପୁଅ ହାଅକ୍ଷୟ, ନେହା କକ୍କରଙ୍କ ଏକ୍ସ ବୟଫ୍ରେଣ୍ଡ ହିମାଂଶ କୋହଲିଙ୍କ ନାମ ଶୁଣିବାକୁ ମିଳୁଛି। ସେମାନଙ୍କ ମଧ୍ୟରୁ ରାକ୍ଷୀ ଓ ଦୀପକ ବିଗ୍ ବସ୍ ଯିବା ନିଶ୍ଚିନ୍ତ ହୋଇଯାଇଥିବା ଜଣାଯାଇଛି।


