ଏନଆରସି ଓ ସିଏଏକୁ ବିରୋଧ କରି ବାମପନ୍ଥୀ ଦଳର ଶୋଭାଯାତ୍ରା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ଠାରେ ସି.ପି.ଆଇ.(ଏମ୍) ଓ ସି.ପି.ଆଇ. ପକ୍ଷରୁ ମିଳିତ ଭାବେ କେନ୍ଦ୍ର ସରକାରଙ୍କ ଜାତୀୟ ପଞ୍ଜୀକରଣ ଆଇନକୁ ବିରୋଧ କରାଯାଇ ଏକ ପ୍ରତିବାଦ ଶୋଭାଯାତ୍ରା ଆୟୋଯିତ ହୋଇଥିଲା । ଦେଶର ମୁସଲମାନ ଖ୍ରୀଷ୍ଟିଆନ ଓ ଦଳୀତ ଆଦିବାସୀ, ଛାତ୍ର, ଯୁବକ ମାନେ ଏହି ଆଇନକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି ବୋଲି ବାମପନ୍ଥୀ ଦଳଗୁଡିକ ପକ୍ଷରୁ ବିରୋଧ କରାଯାଇଛି । ସେହିପରି ବିଭିନ୍ନ ହିଂସାତ୍ମକ ଆନ୍ଦୋଳନ ଦେଖିବାକୁ ମିଳିଛି ବୋଲି ମିଥ୍ୟା ପ୍ରଚାର କରୁଥିବା ଗଣମାଧ୍ୟମକୁ ମଧ୍ୟ ବାମପନ୍ଥୀ ଦଳ ଗୁଡିକ ପକ୍ଷରୁ ନିନ୍ଦା କରାଯାଇଛି । ଦେଶର ରାଜଧାନୀ ଦିଲ୍ଲୀରେ ପୋଲିସ ନିଜେ ପେଟ୍ରୋଲ ପକାଇ ପୋଡାଜଳା କରିଛନ୍ତି କିନ୍ତୁ ଆନ୍ଦୋଳନକାରୀଙ୍କ ନାମରେ ମିଥ୍ୟା ମକଦ୍ଦମା ରୁଜୁ କରାଯାଇଛି ଏହା ଏକ ନିନ୍ଦନୀୟ ବୋଲି ପ୍ରତିବାଦ ଶୋଭାଯାତ୍ରାରେ କୁହାଯାଇଛି । ଜେ.ଏନ୍.ୟୁ. ଏବଂ ଜାମିଆ ମାଲିଆ ୟୁନିଭେର୍ସିଟିର ଆନ୍ଦୋଳନରତ ଛାତ୍ରମାନଙ୍କୁ ମୋଦୀ ସରକାରୀର ପୋଲିସ ବାହିନୀ ହତ୍ୟା କରିବା ସମ୍ବିଧାନ ବିରୋଧୀ ବୋଲି ଏହି ଆନ୍ଦୋଳନରେ କୁହାଯାଇଛି । ଭାରତ ଦେଶକୁ ହିନ୍ଦୁ ରାଷ୍ଟ୍ରରେ ପରିଣତ କରିବାପାଇଁ ଯେଉଁ ଜଘନ୍ୟ ଷଡଯନ୍ତ୍ର କରାଯାଉଛି ତାକୁ ଦେଶବାସୀ କେବେ କ୍ଷମାଦେବେନି ବୋଲି ଏହି ଆନ୍ଦୋଳନରେ କୁହାଯାଇଛି । ଏହି ପ୍ରତିବାଦକୁ ସମର୍ଥନ ଜଣାଇ ଗଜପତି ଜିଲା ଶାଖା ସି.ପି.ଆଇ.(ଏମ୍) ଓ ସି.ପି.ଆଇ. ପକ୍ଷରୁ ସ୍ଥାନୀୟ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ଛକ ଠାରେ ଏକ ବିରାଟ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ସି.ପି.ଆଇ.(ଏମ୍)ର ରାଜ୍ୟ କମିଟି ସଦସ୍ୟ ଜତୀନ ମହାନ୍ତି, ସି.ପି.ଏମ୍.ର ଜିଲା ସମ୍ପାଦକ ଦଣ୍ଡପାଣି ରଇତ, ସି.ପି.ଆଇ.ର ରାଜ୍ୟ ସମ୍ପାଦକ ଜେନା ସୁବାଷ ଚନ୍ଦ୍ର ରାଓ, ସି.ପି.ଏମ୍. ନେତା କେ.ଶବର, ମୀନା ରାଓ, ଏସ୍.ବାଙ୍ଗାରୀ, ମୋହିତ ମିଶାଲ, ଯୁବନେତା ସୋମେଶ କୁଣ୍ଡିଙ୍ଗି, ଲିଙ୍ଗରାଜ ଦଳେଇ ପ୍ରମୁଖଙ୍କ ସହ ବହୁ ସାଙ୍ଗଠନିୟ ନେତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ