ଏନଏଚଆରସି ନୋଟିସର ତର୍ଜମା ହେବ: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ ଘରୋଇ ହସ୍ପିଟାଲ ଆପୋଲୋକୁ ଏନଏଚଆରସି ନୋଟିସ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଏନଏଚଆରସି ନୋଟିସର ତର୍ଜମା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି । ତର୍ଜମା ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।
ପ୍ରକାଶ ଯେ, ଆପୋଲ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିସନ । ମେଡିକାଲର ପଞ୍ଜିକରଣ ରଦ୍ଦ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏନଏଚଆରସି । ସେହିପରି ପୀଡିତଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଆପୋଲୋ ହସପିଟାଲକୁ ନିର୍ଦ୍ଦେଶ ଦେଇଛନ୍ତି ମାନବାଧିକାର କମିସନ । କିଡନୀ ଚୋରି ଅଭିଯୋଗକୁ ନେଇ ଆପୋଲୋ ରଖିଥିବା ଯୁକ୍ତିକୁ ଖାରଜ କରିଦେଇଛନ୍ତି କମିସନ । ପୂର୍ବରୁ ଆପୋଲୋର ପଞ୍ଜୀକରଣ ରଦ୍ଦ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ସରକାର କୌଣସି ପଦକ୍ଷେପ ଗ୍ରହଣ ନ କରିନଥିଲେ । ଏବେ କମିସନ ପୁଣି ଥରେ ମୁଖ୍ୟ ଶାସନ ସଚିବଙ୍କୁ କାର୍ୟ୍ୟାନୁଷ୍ଠାନ ନେବା ପାଇଁ କଡା ନିର୍ଦ୍ଦେଶ ଦେବା ପରେ ଉଭୟ ସରକାର ଓ ଆପୋଲୋ ହସ୍ପିଟାଲ ଅଡୁଆରେ ପଡିଛନ୍ତି । ୨୦୧୩ ମସିହାରେ ବରଗଡ ଜିଲ୍ଲାର ଅନୀଲ କୁମାର ସ୍ୱାମୀଙ୍କ କିଡନୀକୁ ବେଆଇନ ଭାବେ ତାଙ୍କ ପଡୋଶୀ ରାଘବ ଦୋରାଙ୍କୁ ଠାରେ ଆପୋଲୋ ହସ୍ପିଟାଲରେ ପ୍ରତିରୋପଣ କରାଯାଇଥିଲା । ଏନେଇ ୨୦୧୬ରେ ଜାନୁୟାରୀ ୩ତାରିଖରେ ଅନିଲ ବରଗଜ ଟାଉନ ଥାନାରେ ଅଭିଯୋଗ କରିଥିଲେ । ସେହି ମାସ ୫ ତାରିଖରେ ମାନବାଧିକାରୀ କର୍ମୀ ଅଖଣ୍ଡ ଏହି ଘଟଣାରେ ଜାତୀୟ ମାନବାଧିକାର କମିସନଙ୍କ ଦ୍ୱାରସ୍ଥ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ