ଏନଏସଏସ ତରଫରୁ ଶୀତକାଳିନ ଶିବିର

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ମହିଳାବିଦ୍ୟାଳୟର ଏନଏସଏସ ଆନୁକୂଲ୍ୟରେ ରାଇରଙ୍ଗପୁର ବ୍ଳକର ପୁରୁଣାପାଣି ପଞ୍ଚାୟତର ବଣ, ନାଳଘେରା ଶିମିଳିନାଳି ଗାଁରେ ଶୀତ କାଳୀନ ଶିବିର ଆରମ୍ଭ ହୋଇଛି ଏହା ବିଭିନ୍ନ ଅଂଚଳରେ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡାକ୍ତର ପ୍ରଦୀପ ମିଶ୍ରଙ୍କ ମାର୍ଗ ଦର୍ଶନରେ ଏନଏସ ଏସ ଅଧିକାରୀ ଅଧ୍ୟାପକ ବିଜୟ ରାମଙ୍କ ପ୍ରତ୍ୟକ୍ଷ ତତ୍ୱ।ବଧାଳରେ ଆଜି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଛାତ୍ରୀମାନେ ଗାଁର ସଫେଇ, ଅନ୍ଧ ବିଶ୍ୱାସ ଓ ଗୁଣିଗାରେଡି ବିରୋଧରେ ସଚେତନତା, ନାରୀ ଶିକ୍ଷା, କରୋନା ସଚେତନତା, ସାଇବର କ୍ରାଇମ,ବାଲ୍ୟ ବିବାହ, ନାରୀ ସାକ୍ଷରତା, ଜଙ୍ଗଲ ସୁରକ୍ଷା ଉପରେ ସଚେତନ କରାଇଥିଲେ । ଛାତ୍ରୀମାନେ ସମାଜସେବାରେ ନିଜକୁ ନିୟୋଜିତ କରିଥିବାରୁ ନିଜକୁ ଧନ୍ୟ ମଣିଥିଲେ । କାର୍ଯ୍ୟକ୍ରମରେ ଶ୍ୟାମ ମଣ୍ଡଳ, ପଦ୍ମିନୀ ପାଲ, ଅମିତ ଗୋପାଲ ଏବଂ ଭାଗବତ ନନ୍ଦ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ