ଏନଏସଏସ ପକ୍ଷରୁ ଆନ୍ତଃମହାବିଦ୍ୟାଳୟ ନେତୃତ୍ୱ ଶିବିର

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ପାରିସରରେ ରାଷ୍ଟ୍ରୀୟ ସେବା ଯୋଜନା ପକ୍ଷରୁ ତ୍ରିଦିବସୀୟ ଆନ୍ତଃମହାବିଦ୍ୟାଳୟ ନେତୃତ୍ୱ ଶିବିର ଅକ୍ଟୋବର ୨୧ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର ପୂର୍ବତନ ସଂଯୋଜକ ଅମୀୟ କୁମାର ପରିଛା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦୁର୍ଗା ପ୍ରସାଦ ମିଶ୍ର ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ। ମହାବିଦ୍ୟାଳୟର ଅଧକ୍ଷ ଡ଼ଃ ଦିବାକର ମିଶ୍ର କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ। ଗଞ୍ଜାମ ମହାବିଦ୍ୟାଳୟର ପୂର୍ବତନ ଡିପିଓ ପୁରୁଷୋତ୍ତମ ସାହୁ ସାଧନ କର୍ମୀ ଭାବେ ଯୋଗ ଦେଇଥିଲେ। ଶିବିର ରେ ୧୪ ଟି ମହାବିଦ୍ୟାଳୟ ର ୮୫ ଜଣ ଏନଏସଏସ ସ୍ବେଚ୍ଛାସେବୀ ଓ ୭ ଜଣ ପ୍ରୋଗ୍ରାମ ଅଫିସର ଯୋଗଦେଇଥିଲେ। ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଏନଏସଏସ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ପ୍ରକାଶ ଚନ୍ଦ୍ର ସାହୁ, ଅଧ୍ୟାପକ ବସନ୍ତ କୁମାର ପାଣି, ଅଧ୍ୟାପକ ବିରଞ୍ଚିନାରାୟଣ ରଥ, ଅଧ୍ୟାପକ ଶେଖ ଫରିଦ ଶିବିରରେ ସହଯୋଗ କରିଥିଲା ବେଳେ ମହାବିଦ୍ୟାଳୟ ଏନଏସଏସ ସଂଯୋଜକ ଡ଼ଃ ଜ୍ୟୋସ୍ନା ରାଣୀ ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ