ଏନଏସଏସ ପକ୍ଷରୁ ଫାଇଲେରିଆ, ମ୍ୟାଲେରିଆ ଓ ଡେଙ୍ଗୁ ନିରାକରଣ ଓ ସଚେତନ କାର୍ଯ୍ୟକ୍ରମ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନଏସଏସ)ପକ୍ଷରୁ ଅଗଷ୍ଟ ୧୪ ତାରିଖ ଦିନ ଫାଇଲେରିଆ, ଡେଙ୍ଗୁ ଓ ମ୍ୟାଲେରିଆ ନିରାକରଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମକୁ କଲେଜର ପ୍ରିନ୍ସପାଲ ବନମାଳୀ ବେହେରା ଉଦଘାଟନ କରିଥିଲେ। ଏନଏସଏସ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ଶେଖ ଫରିଦ୍ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସାଧନ କର୍ମୀ ଭାବେ ବ୍ରହ୍ମପୁର ଫାଇଲେରିଆ ସଂଯୋଜକ ଝିଲିବାଳା ରାଉତ ଓ ପୋଲସରା ମେଡ଼ିକାଲର ଆୟୁଷ ଡାକ୍ତର କମଳ ଦାସ ଯୋଗଦେଇ ଏନଏସଏସ ସ୍ବେଚ୍ଛାସେବୀ ବୃନ୍ଦଙ୍କୁ ଫାଇଲେରିଆ, ମ୍ୟାଲେରିଆ ଓ ଡେଙ୍ଗୁ ନିରାକରଣ ପାଇଁ ସଚେତନତା କରିଥିଲେ। ସେହିପରି ପ୍ରିନ୍ସପାଲ ଶ୍ରୀ ବେହେରା ” ବିଚାର ବିଗିଡିଗଲା ” ପଦ୍ୟ ଉପସ୍ଥାପନ କରି ବିଭିନ୍ନ ଉଦାହରଣ ଦେଇ ସଚେତନତା ସୃଷ୍ଟି କରିଥିଲେ। ଏଥିସହ ପ୍ରାଧ୍ୟାପକ ପ୍ରମୋଦ କୁମାର ରଥ, ଅଧ୍ୟାପକ ବିଶ୍ଵନାଥ ଚୌଧୁରୀ, ଅଧ୍ୟାପିକା ସୁନିତା ପାଣିଗ୍ରାହୀ କ୍ରୀଡା ଶିକ୍ଷକ ଦୀପକ କୁମାର ସ୍ୱାଇଁ ମଧ୍ୟ ସ୍ବେଚ୍ଛାସେବୀ ବୃନ୍ଦଙ୍କୁ ସଚେତନତା କରିଥିଲେ। ଅନ୍ୟତମ ପ୍ରୋଗ୍ରାମ ଅଫିସର ପ୍ରକାଶ ଚନ୍ଦ୍ର ସାହୁ, ଓ ବସନ୍ତ କୁମାର ପାଣି ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ