ଏନଏସିରେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ଯାଂଚ କଲେ ୨୬ ଗୋଟି ଟିମ୍

ଛତ୍ରପୁର (ଓ୍ବାଇଏନ୍ଏସ୍) : ଗଂଜାମ ଜିଲ୍ଲାର ସମସ୍ତ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନେଇ ଯାଂଚ କରାଯିବ ବୋଲି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହା ଗତକାଲିଠାରୁ ସମସ୍ତ ଜିଲ୍ଲାରେ ଅଙ୍ଗନବାଡ଼ି କର୍ମୀ, ହେଲପର ଓ ଶିକ୍ଷକମାନଙ୍କୁ ନେଇ ଗଠିତ ଏହି ଟିମ୍ ଘରକୁ ଘର ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟ ଯାଂଚ କରୁଛନ୍ତି । ଏହାସହ ଯେଉଁମାନଙ୍କର କରୋନା ଭୁତାଣୁ ଜନିତ ଲକ୍ଷଣ କିମ୍ବା ଜ୍ୱର, କାଶ ଓ ନିଶ୍ୱାସ ରୁଦ୍ଧ ହୋଇଥାଏ, ସେମାନଙ୍କ ରିପୋର୍ଟ ସଂଗ୍ରହ କରାଯାଇ ଏହି ତଥ୍ୟ ସ୍ୱାସ୍ଥ୍ୟ ଟିମ୍‌କୁ ପ୍ରଦାନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଛତ୍ରପୁର ଏନଏସିର ୧୧ ନଂ ୱାର୍ଡ଼ରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିକ୍ରମ କୁମାର ଦୋରାଙ୍କ ଉପସ୍ଥିତିରେ ଅଙ୍ଗନବାଡ଼ି କର୍ମୀ, ହେଲପର ଓ ଶିକ୍ଷକମାନେ ଘରକୁ ଘର ପହଂଚି ସ୍ୱାସ୍ଥ୍ୟ ଯାଂଚ କରିବା ସହ କରୋନା ସଂକ୍ରମଣରୁ କିପରି ଦୂରେଇ ରହିବେ, ସେଥିନିମନ୍ତେ ସଚେତନ କରୁଛନ୍ତି । ଏହି ଟିମରେ ଅଙ୍ଗନବାଡ଼ି କର୍ମୀ ମଞ୍ଜୁବାଳା ପାଣିଗ୍ରାହୀ, ହେଲପର ଅଞ୍ଜନା ବିହାରୀ ନାୟକ, ଶିକ୍ଷୟତ୍ରୀ ନମିତା ପଟ୍ଟନାୟକ, ସୁପରଭାଇଜର ରୀତା ରଥ । ସେହିପରି ଛତ୍ରପୁର ୬ ନଂ ୱାର୍ଡ଼ରେ ଅଙ୍ଗନବାଡ଼ି କର୍ମୀ ଏ.ଇନ୍ଦିରା, ହେଲପର ଜି.ସନ୍ତୋଷୀ ରେଡ୍ଡି, ଶିକ୍ଷୟତ୍ରୀ ସୁଜାତା ତ୍ରିପାଠୀ ପ୍ରମୁଖ ଘରକୁ ଘର ଯାଇ ଲୋକଙ୍କ ସ୍ୱାସ୍ଥ୍ୟ ଯାଂଚ କରିଥିଲେ । ସେହିପରି ଛତ୍ରପୁର ଏନଏସିର ୧୪ଟି ୱାର୍ଡ଼ରେ ୨୬ ଗୋଟି ଟିମ୍ ଏହି କାର୍ଯ୍ୟରେ ନିୟୋଜିତ ହୋଇ ଲୋକଙ୍କ ସ୍ୱାସ୍ଥ୍ୟ ଯାଂଚ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ