ଏନଏସିର ଓ ବ୍ଲକର ୨୪ ସ୍କୁଲ ବନ୍ଦହେବ
ବୁଗୁଡା (ଅନିଲ କୁମାର ମହାରଣା) : ରାଜ୍ୟ ସରକାରଙ୍କ ନୂତନଅନୁଯାଇ ରାଜ୍ୟରେ ୨୦ରୁ କମ ଛାତ୍ରଛାତ୍ରୀ ଥିବା ୬୩୪୦ ସ୍କୁଲ ବନ୍ଦ ହେବାକୁ ଯାଉଥିବାବେଳେ ୪୦ରୁ କମ ଛାତ୍ରଛାତ୍ରୀ ଥିବା ୫୧୭୭ ସ୍କୁଲ ଅନ୍ୟ ସ୍କୁଲ ସହ ମିଶ୍ରଣ ହେଉଥିବା ବେଳେ ବୁଗୁଡା ବ୍ଲକ ଓ ଏନଏସି ର ୨୦ରୁ କମ ଛାତ୍ରଛାତ୍ରୀ ଥିବା ୧୦ ସ୍କୁଲ ବନ୍ଦ ହେବା ସହ ୪୦ରୁ କମ ଛାତ୍ରଛାତ୍ରୀ ଥିବା ୧୪ଟି ସ୍କୁଲ ଅନ୍ୟ ସ୍କୁଲରେ ମିଶ୍ରଣ ହେବ ଏକପ୍ରକାର ନିଛିନ୍ତ । ୨୦ରୁ କମ ଛାତ୍ରଛାତ୍ରୀ ଥିବା ୧୦ଟି ସ୍କୁଲ ମଧ୍ୟରେ ବ୍ଲକର ମହୁଲପଲ୍ଲୀ ପିପିଏସ, ଝାଟିକାପଲ୍ଲୀ ପିପିଏସ, ସାପୁଆପଲ୍ଲୀ ପିଏସ, ତାଳସର ପିପିଏସ, ଖୁଦାପଲ୍ଲୀ ପିଏସ, ଷୋହଳ ମାଇଲ ପିପିଏସ, ସଦାଶିବପୁର ପିଏସ, କୈଳାଶ ନଗର ପିଏସ, ଏନ ପାଟଣା ପିଏସ ଓ ଏନଏସିର କାଞ୍ଜିଆପଲ୍ଲୀ ପିଏସ । ସେହିପରି ୪୦ ରୁ କମ ଛାତ୍ରଛାତ୍ରୀ ଥିବା ୧୪ଟି ସ୍କୁଲ ହେଲା, ବ୍ଲକର ଅନ୍ତରପଡା ଗ୍ରାମ ପଞ୍ଚାୟତ ର ଏକଡ଼ାଳ ପିଏସ, ଅରଖପୁର ଜିପି ର ଏ ନୂଆଗାଁ ପିଏସ, ଭାଗବାନପୁର ଜିପିର ପି ନୂଆଗାଁ ପିଏସ, ବିରଞ୍ଚିପୁର ଜିପିର ବରଦୀପଲ୍ଲୀ ପିଏସ, ଗୋଲିଆ ଜିପିର ମରେଇପଲ୍ଲୀ ପିଏସ ଓ ସୀତାରାମପଲ୍ଲୀ ପିଏସ, କରଚୁଲି ଜିପିର କହ୍ନେଇପୁର ପିଏସ ଓ ରାବଗଡ଼ ପିଏସ , କରସିଙ୍ଗି ଜିପିର ହରିଜନ ସହି ପିପିଏସ, ଖୋଳଖାଳି ଜିପିର ବୃନ୍ଦାବନପଲ୍ଲୀ ପିପିଏସ ଓ ଚକରାପଲ୍ଲୀ ପିଏସ, ତକରଡ଼ା ଜିପିର ସରଧାପୁର ପିଏସ ଏବଂ ବୁଗୁଡା ଏନଏସି ର ମେଇନ ରୋଡ଼ ପିଏସ ଓ ନେଳିଆବନ୍ଧ ସାହି ପିପିଏସ। ଏହିପରି ବୁଗୁଡା ବ୍ଲକ ଓ ଏନଏସିର ମୋଟ ୨୪ ଟି ସ୍କୁଲ ବନ୍ଦ ଓ ମିଶ୍ରଣ ହେବାର ପ୍ରସ୍ତାବ ରହିଥିବା ଜଣାପଡିଛି ।