ଏନଏସି ଅଧ୍ୟକ୍ଷ ପଦବୀ ସମେତ ୧୪ ଟି ୱାର୍ଡ ଓ ୱାର୍ଡ ସଭ୍ୟଙ୍କ ନିମନ୍ତେ ନିର୍ବାଚନ ହେବ

ଛତ୍ରପୁର, (ଦେବଦତ୍ତ ମହାରଣା) :-ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ସରିଲା । ଏବେ ପୌର ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇ ସାରିଛି । ଚଳିତ ମାସ ୨ ତାରିଖ ରୁ ୭ ତାରିଖ ପର୍ଯ୍ୟନ୍ତ ପୌର ନିର୍ବାଚନ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରିବା ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ୯ ତାରିଖରେ ନାମାଙ୍କନ ପତ୍ର ଯାଂଚ ହେବ । ପରେ ମାର୍ଚ୍ଚ ମାସ ୨୪ ତାରିଖରେ ନିର୍ବାଚନ ହେବ ଓ ୨୬ ତାରିଖରେ ଭୋଟ ଗଣତି ହେବା ନେଇ ମଧ୍ୟ ସୂଚନା ମିଳିଛି । ଏଥି ନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ କାର୍ଯ୍ୟ ଜାରି ରହିଛି । ଚଳିତ ବର୍ଷ ଛତ୍ରପୁର ଏନଏସିର ଅଧ୍ୟକ୍ଷ ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେବାକୁ ଥିବା ବେଳେ ଏନଏସିର ୧୪ ଟି ୱାର୍ଡ ର ୧୪ ଜଣ ୱାର୍ଡ ସଭ୍ୟ ପଦବୀ ପାଇଁ ମଧ୍ୟ ନିର୍ବାଚନ ହେବ । ୧,୨,୪,୮,୧୦ ଓ ୧୩ ନମ୍ବର ୱାର୍ଡ ଟି ଅଣସଂରକ୍ଷଣ ରହିଥିବା ବେଳେ ୩ ନମ୍ବର ଅନୂସୁଚିତ ଜାତି ମହିଳା, ୫, ୭, ୯, ୧୨ ଓ ୧୪ ନମ୍ବର ମହିଳା, ୬ ନମ୍ବର ଅନୁସୂଚିତ ଜନଜାତି ମହିଳା, ୧୧ ନମ୍ବର ଅନୁସୂଚିତ ବର୍ଗ ଙ୍କ ନିମନ୍ତେ ସଂରକ୍ଷଣ ରହିଛି । ଛତ୍ରପୁର ଏନଏସି ରେ ମୋଟ ୧୮୭୩୪ ଜଣ ଭୋଟର ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ସେଥି ମଧ୍ୟରୁ ୯୩୭୨ ଜଣ ମହିଳା ଭୋଟର ରହିଥିବା ବେଳେ ୯୩୬୦ ଜଣ ପୁରୁଷ ଭୋଟର ଏବଂ ୨ ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ