ଏନଏସି ଏମ୍ପ୍ଲାଇସ ଫିଟନେସ କ୍ଳବ ଉଦଘାଟିତ
ପୋଲସରା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ର କର୍ମଚାରୀ ବୃନ୍ଦଙ୍କ ଶାରୀରିକ ଗଠନ ଠିକ୍ ରଖିବା ପାଇଁ ନୂତନ ଭାବେ ପ୍ରତିଷ୍ଠିତ ” ଏନଏସି ଏମ୍ପ୍ଲାଇସ ଫିଟନେସ କ୍ଳବ ” କୁ ନଭେମ୍ବର ୩୦ ତାରିଖ ଦିନ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ପୋଲସରା ଏନଏସି ପକ୍ଷରୁ କର୍ମଚାରୀମାନଙ୍କ ଫିଟନେସ ରଖିବା ପାଇଁ ଏହା ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ବିଧାୟକ ଶ୍ରୀ ସାହୁ ପ୍ରକାଶ କରିଥିଲେ। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଏନଏସି ର ପୂର୍ବତନ ନଗରପାଳ ପ୍ରଫୁଲ କୁମାର ପ୍ରଧାନ ଓ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶନ କୁମାର ଦାଶ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏନଏସି ର କର୍ମଚାରୀ ଓ ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ।