ଏନଏସି ପକ୍ଷରୁ ଜବର ଦଖଲ ଉଚ୍ଛେଦ ଓ ଜରିମାନା ଆଦାୟ

ଛତ୍ରପୁର-: ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକଙ୍କ ନେତୃତ୍ୱରେ ଶୁକ୍ରବାର ସହରର ଟ୍ରାଫିକ୍ ସମସ୍ୟା ନିମନ୍ତେ ଜବର ଦଖଲକୁ ଉଚ୍ଛେଦ କରାଯାଇଛି । ଏଥିସହ ଏହି ବାବଦରେ ବିଭିନ୍ନ ଦୋକାନୀଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି । ସହରର ରିକାପଲ୍ଲୀ ଛକ ଠାରୁ ଅପର ବସଷ୍ଟାଣ୍ଟ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାର ଟ୍ରାଫିକ୍ ସମସ୍ୟାର ସୁଧାର ଆଣିବା ପାଇଁ ଜବର ଦଖଲକୁ ଉଚ୍ଛେଦ କରାଯାଇଛି । ଡ୍ରେନ୍ ପରଠୁ ଯେ କୌଣସି ଦୋକାନୀ ଆଗକୁ ଆଣିଛନ୍ତି ସେ ଗୁଡିକୁ ଉଚ୍ଛେଦ କରିବା ସହ ହଜାର ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ସେହିପରି ଦୋକାନ ସମ୍ମୁଖରେ କିଛି ମଇଳା ଅବର୍ଜନା କୁଢ ହୋଇ ରହିଥିବା ନେଇ ଅପରବସଷ୍ଟାଣ୍ଟର ଏକ ଦୋକନକୁ ଏନ୍‌ଏସି ବନ୍ଦ କରିଥିଲା । ଏହି ପ୍ରକ୍ରିୟା ଏନ୍‌ଏସି ତରଫରୁ ଚାଲୁ ରହିବ ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି । ଟାକ୍ସ କଲେକ୍ଟର ଏସ୍‌.ଦାଲେୟା ରେଡ୍ଡୀ, ପରିମଳ ନୀରିକ୍ଷକ ଗୌରୀଶଙ୍କର ପଣ୍ଡା, ପରିମଳ ଠିକାଦାର ସୂର୍ଯ୍ୟ ନାରାୟଣ ପାତ୍ର ପ୍ରମୁଖ ଉପସ୍ଥିତ ରହି ଜରିମାନା ଆଦାୟ କରିଥିଲେ । ଆଜି ଦିନତମାମ ବିଭିନ୍ନ ଦୋକାନୀ ମାନଙ୍କ ଠାରୁ ପ୍ରାୟ ୧୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ