ଏନଏସି ପକ୍ଷରୁ ବାଲିପିଣ୍ଡି ବନ୍ଧ ସଫେଇ
ବୁଗୁଡା, (ଅନିଲ ମହାରଣା):ବୁଗୁଡା ଏନଏସି ପକ୍ଷରୁ ମାର୍ଚ୍ଚ ୫ ତାରିଖ ଦିନ ବାଲିପିଣ୍ଡି ବନ୍ଧ ସଫେଇ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶଙ୍କ ନେତୃତ୍ୱରେ ଏନଏସି କର୍ମଚାରୀ ଓ ଜନସାଧାରଣଙ୍କ ମିଳିତ ଉଦ୍ୟମରେ ବୁଗୁଡା ଏନଏସି ୪ ନମ୍ବର ୱାର୍ଡ଼ର ବାଲିପିଣ୍ଡି ବନ୍ଧରେ ପଡିଥିବା ବର୍ଜ୍ୟବସ୍ତୁକୁ ବାହାର କରି ସଫା କରିଥିଲେ। ଜନସାଧାରଣ ଙ୍କୁ ବିଭିନ୍ନ ମାଧ୍ୟମରେ ଜଳାଶ୍ରୟ ପରିଷ୍କାର ରଖିବା ପାଇଁ ସଚେତନତା କରାଯାଉଥିଲେ ମଧ୍ୟ ବାଲିପିଣ୍ଡି ବନ୍ଧରେ ପଲଥିନି, ବ୍ୟବହୃତ କାଗଜ ଚା କପ, ଅଳିଆ ବନ୍ଧା ବସ୍ତା, ଡାଳପତ୍ର ପ୍ରଭୃତି କୁଢ଼ କୁଢ଼ ଗଦା ହୋଇଥିଲା। ନିଜେ କାର୍ଯ୍ୟନିର୍ବାହୀ ଅଧିକାରୀ ବନ୍ଧରୁ ଅଳିଆ ଆବର୍ଜନା ସଫା କରୁଥିବା ଦେଖିବାକୁ ମିଳିଥିଲା। ଇଓ ଶ୍ରୀ ଦାଶଙ୍କ ସହ ଏନଏସିର ସମସ୍ତ କର୍ମଚାରୀ ଓ ଜନସାଧାରଣ ଏହି ବନ୍ଧ ସଫେଇ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଆଗକୁ ଖରାଦିନ ଆସୁଥିବା ଦୃଷ୍ଟିରୁ ମୁନ୍ଦାଏ ପାଣି ହୁଏତ କାହାର ଜୀବନ ରକ୍ଷା କରି ପାରିବ। ସେଥିପାଇଁ ସମସ୍ତ ଜଳଭଣ୍ଡାର ସଫା ସୁତୁରା ରଖୀବା ଆମ ସମସ୍ତଙ୍କ କର୍ତ୍ତବ୍ୟ ବୋଲ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦାଶ ପ୍ରକାଶ କରିଛନ୍ତି।


