ଏନଜିଓ ମାଧ୍ୟମରେ ବନ ସଂରକ୍ଷଣ ସମିତି କାର୍ଯ୍ୟର ମୂଲ୍ୟାୟନ

ଗାଙ୍ଗପୁର , (ସନ୍ତୋଷ ବିଷୋୟୀ): ଜଙ୍ଗଲ ସୁରକ୍ଷା ଦିଗରେ ବନ ସଂରକ୍ଷଣ ସମିତି ଗୁଡ଼ିକର କାର୍ଯ୍ୟଧାରାକୁ ତ୍ଵରାନ୍ୱିତ କରିବା ପାଇଁ ଦୁମୁଦୁମି ବନ ସଂରକ୍ଷଣ ସମିତିର ଏକ ତୃତୀୟ ପକ୍ଷ ମୂଲ୍ୟାୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମରେ ରାମପଲ୍ଲୀ ,ବଳରାମ ପୁର, ଶାର୍ଦୂଳ ,ଦଣ୍ଡି ପଦର ବନ ସଂରକ୍ଷଣ ସମିତିର ସଦସ୍ୟ ମାନେ ଉପସ୍ଥିତ ରହି ଆଗାମୀ ଦିନରେ ଜଙ୍ଗଲ ସୁରକ୍ଷା ଦିଗରେ କେଉଁ କେଉଁ ପଦକ୍ଷେପ ଗ୍ରହଣ କରାଯିବ ଏବଂ ଏଥିରେ ବନ ସଂରକ୍ଷଣ ସମିତି ଗୁଡ଼ିକର ଦାୟିତ୍ୱ କଣ ରହିବ ସେହି ସମ୍ପର୍କରେ ଆଲୋଚନା କରିଥିଲେ I କାର୍ଯ୍ୟକ୍ରମରେ ବରିଷ୍ଠ ସମାଜସେବୀ ତଥା ଅବସରପ୍ରାପ୍ତ ଜଙ୍ଗଲ କର୍ମଚାରୀ ଶୂଳପାଣି ଶତପଥୀ ଯୋଗ ଦେଇ ଜଙ୍ଗଲ ସୁରକ୍ଷା ପାଇଁ ବନ ସଂରକ୍ଷଣ ସମିତି ଗୁଡ଼ିକର ପ୍ରୟାସକୁ ଭୂୟସୀ ପ୍ରଶଂସା କରିବା ସହ ସଚେତନତା ବାର୍ତ୍ତା ଦେଇଥିଲେ I ଆଗାମୀ ଦିନରେ ଘୁମୁସର ବନାଞ୍ଚଳକୁ ବିଶ୍ୱ ସ୍ତରୀୟ କରାଇବା ପାଇଁ ବନ ସଂରକ୍ଷଣ ସମିତି ଗୁଡ଼ିକୁ ଆହ୍ୱାନ୍ ଦେଇଥିଲେ I ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ କୁମର ବେହେରା, ଗାଙ୍ଗପୁର ବନପାଳ ଜି. ଭେଙ୍କଟ ରାଓ ଦୋରା, ଲାଠିପଡା ବନପାଳ ଅନୀଲ ପଣ୍ଡା, ଭଞ୍ଜନଗର ବନପାଳ ଶଙ୍କର ଗୌଡ଼, ସ୍ଵାଥି ଏନଜିଓ ସଦସ୍ୟ ତ୍ରୀପାଠୀ, ସନ୍ତୋଷ ଡାକୁଆ, ଏସ୍. ଆରୁଖଙ୍କ ସମେତ ଗାଙ୍ଗପୁର,ଲାଠିପଡା ଏବଂ ଭଞ୍ଜନଗର ସେକ୍ସନ୍ ର ଜଙ୍ଗଲ ବିଭାଗ କର୍ମଚାରୀମାନେ ଉପସ୍ଥିତ ଥିଲେ I ଏକ ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା ଅତିଥି ମାନଙ୍କୁ ସ୍ୱାଗତ କରାଯାଇଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ