ଏନଜିଟି ଛାଟ କରାଖଣ୍ଡି ବେଆଇନ ଚିମିନୀ ଇଟାଭାଟି ବନ୍ଦ କଲା ପ୍ରଶାସନ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ତହସିଲ କଙ୍କୋରଡ଼ା ରାଜସ୍ବ ସର୍କଲ ଅନ୍ତର୍ଗତ କରାଖଣ୍ଡି ଗ୍ରାମ ରେ ରହିଥିବା ମା କାଳୀ ଇଟାଭାଟି କୁ ଏନଜିଟି କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ତହସିଲ ପ୍ରଶାସନ ବନ୍ଦ କରିଥିବା ଜଣାପଡିଛି।ସୂଚନା ପ୍ରକାରେ,ଗମ୍ଭାରିଗୁଡ଼ା କଙ୍କୋରଡ଼ା ଆଦି ମୌଜାରେ ମାଳମାଳ ହୋଇ ଚିମିନି ଓ ଉପର କୋଇଲା ପୋଡ଼ା ଇଟାଭାଟି ଗଢି ଉଠିଥିଲା।ତେବେ ଇଟାଭାଟିରୁ ନିର୍ଗତ ବିଷାକ୍ତ ଧୁଆଁ ଏବଂ ପରିବେଶ ପ୍ରଦୂଷଣ ଜନିତ ସମସ୍ୟା ନେଇ ବିଭିନ୍ନ ସମୟରେ ଜନ ଅଭିଯୋଗ ସହ ଆନ୍ତର୍ଜାତୀୟ ମାନବ ଅଧିକାର ପରିଷଦ ପକ୍ଷରୁ କୋଲକାତା ସ୍ଥିତ ଜାତୀୟ ସବୁଜ ବିଚାରାଳୟରେ ମାମଲା ରୁଜୁ ହୋଇଥିଲା।ପରବର୍ତ୍ତୀ ମୁହୂର୍ତ୍ତରେ ଏନଜିଟି କୋର୍ଟଙ୍କ ନିର୍ଦ୍ଦେଶରେ ଅନେକ ବେଆଇନ ଉପର କୋଇଲା ପୋଡ଼ା ଇଟାଭାଟି କୁ ସ୍ଥାନୀୟ ପ୍ରଶାସନ ବନ୍ଦ କରି ସେମାନଙ୍କ ନିକଟରୁ ଜରିମାନା ଆଦାୟ କରିଥିଲେ।ତେବେ କରାଖଣ୍ଡି ଗ୍ରାମରେ ସକ୍ରିୟ ଥିବା ମା କାଳୀ ଇଟାଭାଟି ର ଭୌଗଳିକ ଅବସ୍ଥିତି ଅବୈଧ ଥିବା ନେଇ ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟ କାଉନସିଲ ଭର୍ସେସ ଗଞ୍ଜାମ ଜିଲ୍ଲାପାଳ କେଶ ନଂ ୧୪୩/୨୦୨୨ ପ୍ରକାରେ ଏନଜିଟି ରେ ମାମଲା ଦାଏର ହୋଇଥିଲା। ଏହି ମାମଲାରେ ମାନ୍ୟବର ଅଦାଲତ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ ସମେତ ୧୩ ଜଣଙ୍କୁ ପକ୍ଷଭୁକ୍ତ କରି କୋର୍ଟରେ ଶୁଣାଣି ଜାରି ରହିଥିଲା।୨୦୧୬ ମସିହାରେ ଗଞ୍ଜାମ ଜିଲ୍ଲାପାଳ ଙ୍କ ନିକଟରୁ ଚିମିନି ଇଟାଭାଟି କାର୍ଯ୍ୟକ୍ଷମ କରିବା ନିମନ୍ତେ ସ୍ଵୀକୃତି ମିଳିଥିଲା।ତେବେ ମା କାଳୀ ଇଟାଭାଟିର ମାଲିକ କାଳୁ ଚରଣ ନାୟକ ପରିବେଶ ମଞ୍ଜୁରୀ ଜନିତ ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ ନେଇ ଆନ୍ତର୍ଜାତୀୟ ମାନବାଧିକାର କାଉନସିଲ୍ ଗଞ୍ଜାମ ଜିଲ୍ଲା ସଭାପତି ସାଇ ପ୍ରସାଦ ପରିଡ଼ା ଇଟାଭାଟି ମାଲିକ ପ୍ରଶାସନିକ ଅସମ୍ମନ୍ଵୟତାର ସୁଯୋଗର ସଦୁପଯୋଗ କରି ବେଧଡକ ଅବୈଧ ଇଟା ବେପାର ଚଳାଇଥିବା ନେଇ ମାନ୍ୟବର କୋର୍ଟରେ ଅଭିଯୋଗ କରିଥିଲେ।ଗତ ଫେବୃୟାରୀ ମାସ ରେ ହୋଇଥିବା ଏନଜିଟି ର ଶୁଣାଣିରେ ମାନ୍ୟବର ଅଦାଲତ ମା କାଳୀ ଇଟାଭାଟି ଗ୍ରାମରୁ ମାତ୍ର ୨୦୦ ମିଟର ଦୂରତା ଥିବା ଯାହା ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତ୍ତନ ବିଭାଗର ନିୟମକୁ ଉଲ୍ଲଂଘନ କରିଥିବା ନେଇ ଦର୍ଶାଇବା ସହ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କୁ ଏପ୍ରିଲ ମାସ ଶେଷ ସୁଦ୍ଧା କୋର୍ଟ ରେ ଜରିମାନା ଜନିତ ତଥ୍ୟ ପ୍ରଦାନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ।ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସଂପୃକ୍ତ ଇଟାଭାଟି ମାଲିକଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ କୌଣସି ପ୍ରକାର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପରେ ଆନ୍ତର୍ଜାତୀୟ ମାନବାଧିକାର ପରିଷଦ ପୁଣିଥରେ କୋଲକାତା ସ୍ଥିତ ଜାତୀୟ ସବୁଜ ନ୍ୟାୟାଳୟରେ ଦ୍ବାରସ୍ଥ ହୋଇଥିଲେ।ଏହାପରେ ଏନଜିଟି ର ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂପୃକ୍ତ ବେଆଇନ ଇଟାଭାଟି କୁ ସାନଖେମୁଣ୍ଡି ତହସିଲଦାର ଡ଼ଃ ଶ୍ରୀନିବାସ ବେହେରା ଓ ପାଟପୁର ପୋଲିସ ର ଉପସ୍ଥିତିରେ ବନ୍ଦ ହୋଇଥିବା ସୂଚନା ମିଳିଛି। ଏନେଇ ସାନଖେମୁଣ୍ଡି ତହସିଲଦାର ଡଃ ଶ୍ରୀନିବାସ ବେହେରା ଙ୍କୁ ପଚାରିବାରୁ ସେ କହିଲେ ନ୍ୟାସନାଲ ଗ୍ରୀନ ଟ୍ରିବୁନାଲ ଙ୍କ ନିର୍ଦ୍ଦେଶ କ୍ରମେ ବଦ କରାଯାଇଥିବା ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ