ଏନଜୀଟି ମନା କରିବା ସତ୍ବେ ବି ବେଧଡକ ଭାବେ ଚାଲିଛି ବାଲି ଚୋରୀ

ବାଲି ମାଫିଆଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି ବାଙ୍ଗିରୀପୋଷୀ, କୁଳିଅଣା, ସାରସକଣା
ବାଙ୍ଗିରୀପୋଷୀ, (ଶିବ ଶଙ୍କର ମାନ୍ନା): ମୟୂରଭଞ୍ଜ ଜିଲ୍ଲାରେ ହେଉଛି ଖଣିଜ ସମ୍ପର୍ନ୍ନ ଜିଲ୍ଲା। ଯେଉଁଠି ବର୍ଷ ବର୍ଷ ଧରି ଚାଲିଛି ଲଘୁ ଖଣିଜ ପଦାର୍ଥ ଚୋରାଚାଲାଣ। କିନ୍ତୁ ବହୁ ଅଭିଯୋଗ ପରେଏନ.ଜି.ଟି ଲଘୁ ଖଣିଜ ଉତ୍ତଲନ ଉପରେ ରୋକ ଲାଗିଛି ଜିଲ୍ଲାରେ । ହେଲେ ଏନ.ଜି. ଟି ବାରଣ ସତ୍ତ୍ୱେ ବି ବଢ଼ି ଚାଲିଛି ବେଆଇନ ବାଲି ଚୋରା ଚାଲାଣ, ପ୍ରଶାସନ ପାଲଟିଛି ନିରବଦ୍ରଷ୍ଟା । ବାଙ୍ଗିରୀପୋଷୀ,କୁଳିଅଣା, ସରସକଣା, ଶୁକ୍ରୁଳି ର ଆଦିପୂର୍, କପ୍ତିପଦା, ବାରିପଦା ସହରର ଉପକଣ୍ଠ ସହ ମୋରୋଡା, ରାସଗୋବିନ୍ଦପୁର ଚାଲିଛି ବେଧଡକ ବାଲି ଓ ଲଘୁ ଖଣିଜ ପଦାର୍ଥ ଚୋରା ଚାଲାଣ । ଏଭଳି ଅଭିଯୋଗ ଆସିଛି ମୟୁରଭଞ୍ଜ ଜିଲ୍ଲା ର ବିଭିନ୍ନ ତହସିଲ ଅଧ୍ୱନ ସୀମାନ୍ତ ଅଞ୍ଚଳରୁ । ଜିଲ୍ଲାରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ କଳା କାରନାମା ବୃଦ୍ଧି ପାଉଛି । ଲୁଟ ହେଉଛି କୋଟି କୋଟି ଟଙ୍କାର ରାଜସ୍ଵ । ଆଖିରେ ଯେପରି ଅନ୍ଧପୁଟୁଳି ବାନ୍ଧି ବସିଛି ପ୍ରଶାସନ । ବେଆଇନ ବାଲି ଚାଲାଣକୁ ବିରୋଧ କଲେ ନାଲି ଆଖ୍ ଦେଖାଉଛନ୍ତି ବାଲି ମାଫିଆ । ଏପରିକି ଜୀବନରୁ ମାରିବା ପାଇଁ ମଧ୍ୟ ଧମକ ମଧ୍ୟ ଆସୁଛି । ସେପଟେ ବାଲି ମାଫିଆ ଏବଂ ପ୍ରଶାସନର ମଧୁଚନ୍ଦ୍ରିକା ଯୋଗୁଁ ନଦୀରୁ ବେଆଇନ ବାଲି ଉଠୁଥ‌ିବା ଅଭିଯୋଗ କରିଛନ୍ତି ଲୋକେ । ଏଭଳି ଅଭିଯୋଗ ଆସିଛି ମୟୁରଭଞ୍ଜ ଜିଲ୍ଲା ସୀମାନ୍ତ ଜାମଶଳାରୁ ଏନେଇ ବେଆଇନ ବାଲି ମାଫିଆଙ୍କ ବିରୋଧରେ ପ୍ରଶାସନ ଦୃଢ କାର୍ଯ୍ୟନୁଷ୍ଠାନ ବଦଳରେ ବାଲି ମାଫିଆକୁ ପ୍ରତ୍ସାହନ ଯୋଗାଇ ଦିଆଯାଇଛି ବୋଲି ଦାବି ହୋଇଛି ।ସୁବର୍ଣ୍ଣରେଖା ନଦୀ ପଠାରୁ କିଛି ବାଲି ମାଫିଆଙ୍କ ବେଆଇନ ଭାବେ କୋଟି କୋଟି ଟଙ୍କାର ବାଲି ଚୋରା ଚାଲାଣ କରୁଥିବାବେଳେ ଏହାକୁ ବିରୋଧ କଲେ ଜୀବନରୁ ମାରିଦେବାକୁ ଧମକଚମକ ଦେଉଥିବା ଅଭିଯୋଗ କରିଛନ୍ତି ଲୋକେ । ବାଲି ଉଠାଣ ଯୋଗୁଁ ନଦୀରେ ସୃଷ୍ଟି ହେଉଛି ବଡ଼ ବଡ଼ ଗର୍ଭ । ଯାହାକୁ ନେଇ ଆତଙ୍କିତ ଅବସ୍ଥାର ରହିଛନ୍ତି ନଦୀ କୂଳିଆ ବାସିନ୍ଦା । ସୁ ବର୍ଷ ରେ ଖା ନ‌ଦୀରେ ବେଆଇନ ବାଲିଘାଟ ଯୋଗୁଁ ରାଜ୍ୟ ରାଜକୋଷରୁ ଲୁଟ ହୋଇଛି କୋଟି କୋଟି ଟଙ୍କା । ମେସିନ ଲଗାଇ ରାତି ଅଧୂଆ ବାଲି ଲୁଟ ହେଉଥିବା ଦେଖିବାକୁ ମିଳୁଛି। ଜିଲ୍ଲା ଓ ଜିଲ୍ଲାବାହାରର ବାଲି ମାଫିଆମାନେ ସୁବର୍ଷରେଖା ନଦୀରୁ ରାତି ଅଧରେ ଏକାଧୂକ ମେସିନ ସାହାଯ୍ୟରେ ହାଇୱା ମାଧ୍ଯମରେ ବାଲି ଲୁଟ କରୁଛନ୍ତି । ବାଲି ଚୋରା ଚାଲାଣ ରୋକିବା ମାଇନ୍ସ ବିଭାଗ ଦାୟିତ୍ଵ । ହେଲେ ସବୁ କଥାରେ କାମରେ କିଛି ନୁହେଁ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା। ହେଲେ ଅନ୍ୟପଟେ ଅଧିକାରୀ ମାନେ ଚଢାଉ କରୁଛନ୍ତି କିନ୍ତୁ ଫଳ ଶୂନ୍ୟ । ସବୁ ଆଇନ ଅଛି ହେଲେ କାର୍ଯ୍ୟକାରୀ ହେଉନାହିଁ। ଯାହା ଫଳରେ ଖଣି ମାଫିଆ ଙ୍କ ବଢୁଛି ସାହସ। ମାଇନ୍ସ ବିଭାଗ ବାରିପଦା ସହରରେ ରହୁଥିବାବେଳେ ବାଙ୍ଗିରୀପୋଷୀ କୁଳିଅଣା ସାରସକଣା ତହସିଲ ଅଧୀନରେ ଥିବା ଯମୁନା ପାଳ, ପାଣ୍ଡରା, ବଙ୍ଗଳା, ଓ ଜାମଶଳା ଘାଟରୁ ବାଲି ଚୋରି ବଢୁଛି । ସେହିପରି ଶୁକ୍ରୁଳିର ଆଦିପୁର୍, କପ୍ତିପଦା, ବାରିପଦା ଉପକଣ୍ଠ ସହ ମୋରୋଡା, ରାସଗୋବିନ୍ଦପୁରରେ ଚାଲିଛି ବୋଲି ଚାଲାଣ। ସରକାରୀ ନିୟମକୁ ଫୁ କରି ହରିଲୁଟ କରୁଛନ୍ତି ମାଫିଆ । ବିନା ଇ-ପାସ୍‌ ? ରେ ଶହ ଶହ ବାଲି ବୋଝେଇ ହାଇଓ୍ବା ପ୍ରତିଦିନ ରାସ୍ତାରେ ଗଡ଼ୁଛି । ସେପଟେ ବିଭାଗ କହୁଛି ଆମେ ସବୁ ନଜର ରଖୁଛୁ ଆଉ ଫାଇନ୍ ମଧ୍ୟ କରୁଛୁ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ। ତେବେ ଲଘୁ ଖଣିଜ ପଦାର୍ଥ ଚୋରାଚାଲାଣ କିଭଳି ହେଉଚି ଆଉ ସେଥିପାଇଁ କିଏ ଦାୟୀ ତାହା ସମସ୍ତଙ୍କ ମନରେ ଏବେ ପ୍ରଶ୍ନ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ