ଏନଡିଆରଏଫ୍ରେ ସାମିଲ୍ ହେବେ ମହିଳା ଯବାନ
ଭୁବନେଶ୍ବର : ମହିଳା ଦିବସ ଅବସରରେ ମହିଳାଙ୍କ ଲାଗି ଏକ ବିଶେଷ ଘୋଷଣା କରିଛନ୍ତି ଏନ୍ଡିଆରଏଫ୍ ଡିଜି ସତ୍ୟନାରାୟଣ ପ୍ରଧାନ। ଡିଜି ସୂଚନା ଦେଇ କହିଛନ୍ତି ଯେ, ଏଣିକି ଏନଡିଆରଏଫ୍ରେ ମହିଳା ଯବାନମାନେ ସାମିଲ୍ ହେବେ। ମୁଣ୍ଡଳିସ୍ଥିତ ତୃତୀୟ ବାଟାଲିୟନର ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ ଅବସରରେ ଏନଡିଆରଏଫ୍ ଡିଜି ଏହା ଘୋଷଣା କରିଛନ୍ତି। ଖୁବ୍ ଶୀଘ୍ର ଏନ୍ଡିଆରଏଫ୍ରେ ମହିଳା ଯବାନ ନିୟୋଜିତ ହେବେ। ପ୍ରତି ଏନ୍ଡିଆରଏଫ୍ ବାଟାଲିୟନରେ ଗୋଟିଏ ଲେଖାଏଁ ମହିଳା ୟୁନିଟ୍ ରହିବେ। ପ୍ରତି ୟୁନିଟ୍ରେ ପ୍ରାୟ ୧୩୨ ମହିଳା ଯବାନ ଓ ଅଧିକାରୀ ରହିବେ ବୋଲି ସୂଚନା ରହିଛି ।


