ଏନଡିଆରଏଫ ଅଧିକାରୀଙ୍କୁ କରୋନା

କଟକ: କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି । ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରଥମେ ନିଜାମୁଦ୍ଧିନ, ତା’ପରେ ପଶ୍ଚିମବଙ୍ଗ ଓ ଏବେ ସୁରଟ ଫେରନ୍ତା ରାଜ୍ୟ ସରକାରଙ୍କ ଚିନ୍ତା ବଢାଛନ୍ତି । ତେବେ ଏହା ଭିତରେ ଏକ ବଡ଼ଖବର ସାମନାକୁ ଆସିଛି । ତାହା ହେଲା ବାତ୍ୟା ‘ଅମ୍ପନ’ର ମୁକାବିଲା କରିବା ନିମନ୍ତେ ପଶ୍ଚିମବଙ୍ଗ ଯାଇଥିବା କଟକ ଏନଡିଆରଏଫର ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । କରୋନା ପଜେଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ କଟକ ସ୍ଥିତ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍କୁ ସ୍ଥାନାନ୍ତରିତ କରାଯାଇଛି ।
ବାତ୍ୟା ‘ଅମ୍ପନ’ ମୁକାବିଲା ପାଇଁ ପଶ୍ଚିମବଙ୍ଗ ଯାଇ ଫେରିଥିବା ୫ ଜଣ ଏନଡିଆରଏଫ ଅଧିକାରୀଙ୍କ ସ୍ୱାବ ନମୂନା ସଂଗ୍ରହ କରାଯାଇଥିଲା । ଏହି ଟେଷ୍ଟ ରେପୋର୍ଟରେ ଜଣେ ଅଧିକାରୀଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ସୂଚନା ମିଳିଛି । ଜଣେ କର୍ମଚାରୀଙ୍କ କରୋନା ରିପୋର୍ଟ ପଜେଟିଭ ଆସିବା ପରେ ବାତ୍ୟା ‘ଅମ୍ପନ’ ମୁକାବିଲା ପାଇଁ ପଶ୍ଚିମବଙ୍ଗ ଯାଇଥିବା ସମସ୍ତ ୧୭୨ ଜଣ କର୍ମଚାରୀଙ୍କ କରୋନା ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ