ଏନସିଏସସିଡିଏ ପକ୍ଷରୁ ଦିବ୍ୟାଙ୍ଗଙ୍କ ପାଇଁ ମାଗଣା ନିଯୁକ୍ତି ମେଳା

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) : ନେସନାଲ କ୍ୟାରିଅର ସର୍ଭିସ ସେଣ୍ଟର (ଏନସିଏସସିଡିଏ) ଭୁବନେଶ୍ୱର ପକ୍ଷରୁ ଆସନ୍ତା ଅଗଷ୍ଟ ୨୬ତାରିଖ ଦିନ ରାଜ୍ୟରେ ଥିବା ଶ୍ରବଣ ବାଧିତମାନଙ୍କ ପାଇଁ କାର୍ଯ୍ୟାଳୟ ପରିସରରେ ମାଗଣା ନିଯୁକ୍ତି ମେଳାର ଆୟୋଜନ କରାଯାଇଛି । ଭି ମାର୍ଟ, ମାକ୍ସ ଏବଂ ଫ୍ଲିପକାର୍ଟ ଭଳି ପ୍ରତିଷ୍ଠିତ କମ୍ପାନୀ ଗୁଡିକରେ ଖାଲି ଥିବା ଅନ୍ୟୁନ ୩୦ଟି ପଦବୀକୁ ଶ୍ରବଣ ବାଧିତଙ୍କ ଦ୍ୱାରା ପୂରଣ କରିବାପାଇଁ ୟୁଥ୍ ଫର୍ ଜବସ ଫାଉଣ୍ଡେସନ ପକ୍ଷରୁ ଏହି ନିଯୁକ୍ତି ମେଳା ଅଭିଯାନ ଚଳାଯାଉଛି । ନିଜର ପୂରଣ ହୋଇଥିବା ବାୟୋଡାଟା ସହିତ ଭିନ୍ନକ୍ଷମ ସାର୍ଟିଫିକେଟ, ପାସପୋର୍ଟ ସାଇଜ ଫଟୋକପି, ପାନ୍ କାର୍ଡ, ଆଧାରକାର୍ଡ, ଶିକ୍ଷାଗତ ପ୍ରମାଣପତ୍ର ଆଦି ସମସ୍ତ କାଗଜପତ୍ର ସହିତ ନିଯୁକ୍ତି ପାଇଁ ଇଚ୍ଛୁକ ସମସ୍ତ ଶ୍ରବଣ ବାଧିତମାନଙ୍କୁ ଏହି ମେଳାରେ ଅଂଶଗ୍ରହଣ ପାଇଁ ଅନୁରୋଧ କରାଯାଇଛି । ଅଗଷ୍ଟ ୨୬, ୨୦୨୨, ସମୟ : ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୩ଟା, ବୟସ ସୀମା : ୧୮ ରୁ ୩୦ ବର୍ଷ, ଉୟଭ ମହିଳା ଓ ପୁରୁଷ ଶିକ୍ଷାଗତ ଯୋଗ୍ୟତା, ମାଟ୍ରିକ ପାଶ୍ ଓ ତଦୁର୍ଦ୍ଧ, ସ୍ଥାନ ଏନ୍ସିଏସ୍ସିଡିଏ (ପୂର୍ବନାମ ଭିଆରସିଏଚ୍), ପ୍ଲଟ ନଂ – ୧, ୨, ୫ ଏବଂ ୬, ଗଣ୍ଡମୁଣ୍ଡା, ପୋଖରୀପୁଟ, ଭୁବନେଶ୍ୱର ଚିହ୍ନିତ ସ୍ଥାନ, ମଧୁସୂଦନ ପାର୍କ ସାମ୍ନା, ଅଧିକ ବିବରଣୀ ପାଇଁ ଯୋଗାଯୋଗ, ୦୬୭୪-୨୩୫୨୩୧୭.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ