ଏନସିସି ଅଫିସର ଓ ଦୁଇ ମହିଳା କ୍ୟାଡଟଙ୍କୁ ସମ୍ବର୍ଦ୍ଧନା

ବୁଗୁଡା, (ଅନୀଲ କୁମାର ମହାରଣା) : ଦିଲ୍ଲୀରେ ଅନୁଷ୍ଠିତ ଜାନୁଆରୀ ୨୬ ତାରିଖ ସାଧାରଣତନ୍ତ୍ର ପ୍ୟାରେଡରେ ବୁଗୁଡା ପିପୁଲସ କଲେଜର ଦୁଇଜଣ ମହିଳା କ୍ୟାଡଟ ଓ ବୁଗୁଡା ପିପୁଲସ କଲେଜର ଏନସିସି ଅଫିସର ଲେଫନାଣ୍ଟ ଅଜୟ କୁମାର ସାହୁ କଣ୍ଟିଜେଣ୍ଟ ଏଏନଓ ଭାବେ ଯୋଗଦେଇ ସଫଳତା ସହ କାର୍ଯ୍ୟ କରି ଫେଇଥିବା ବେଳେ ୦୬/୦୨/୨୬ ତାରିଖରେ ପିପୁଲ୍ସ କଲେଜ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବୁଗୁଡ଼ା ପିପୁଲସ କଲେଜ ପ୍ରିନ୍ସପାଲ ଡକ୍ଟର ପୁରୁଷୋତ୍ତମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଥିଲା। ୨୮/୧୨/୨୫ ତାରିଖରୁ ୩୦/୦୧/୨୬ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଡିଜି ଏନସିସିରେ ଗଣତନ୍ତ୍ର ଦିବସ ଶିବିରରେ ଅଂଶଗ୍ରହଣ କରିବା ପାଇଁ ପିପୁଲ୍ସ କଲେଜ ବୁଗୁଡ଼ାର ୨ ଜଣ କ୍ୟାଡେଟଙ୍କୁ ମନୋନୀତ କରାଯାଇଥିଲା। ଏହି କ୍ୟାଡେଟମାନେ ଜାତୀୟ ଶିବିର ପାଇଁ ଉଡ଼ାଣ ଭରିବା ପୂର୍ବରୁ ୩ ମାସର କଠୋର ତାଲିମ ଏବଂ ଚୟନ ପାଇଁ ଯାଇଥିଲେ। ୨୦୨୬ ସାଧାରଣତନ୍ତ୍ର ଦିବସରେ ଭାରତର ରାଷ୍ଟ୍ରପତିଙ୍କୁ ଅଭିବାଦନ ଜଣାଇବା ପାଇଁ କର୍ତ୍ତବ୍ୟ ପଥ ଡ୍ରିଲ୍ ପାଇଁ ଏହି କ୍ୟାଡେଟମାନଙ୍କୁ ମନୋନୀତ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରୁ କେବଳ ୧୫ ଜଣ ବାଳିକା କ୍ୟାଡେଟଙ୍କୁ ଚୟନ କରାଯାଇଥିଲା, ଯେଉଁଥିରେ ୨ ଜଣ ଗଞ୍ଜାମ ଜିଲ୍ଲାର ବୁଗୁଡା ପିପୁଲ୍ସ କଲେଜରୁ ମନୋନୀତ ହୋଇଥିଲେ।  ଫେବୃଆରୀ ୫ ତାରିଖରେ କ୍ୟାଡେଟମାନେ ଦିଲ୍ଲୀରୁ ଫେରି ଆସିଥିଲେ। ସେମାନଙ୍କ ସହିତ ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କୁ ମଧ୍ୟ କଣ୍ଟିଞ୍ଜେଣ୍ଟ ANO ଭାବରେ ମନୋନୀତ କରାଯାଇଥିଲା ଏବଂ ଶିବିର ସମୟରେ ତାଙ୍କ ଉତ୍ସର୍ଗୀକୃତ ଏବଂ ଅନୁକରଣୀୟ ସେବା ପାଇଁ ସମ୍ମାନଜନକ “ଡିଜି ପ୍ରଶଂସା କାର୍ଡ” ପ୍ରଦାନ କରାଯାଇଥିଲା। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସ୍କାଉଟ ଏଣ୍ଡ ଗାଇଡ଼ ଅଧ୍ୟାପକ ଆତ୍ମପ୍ରକାଶ ନାୟକ, ଯୁବ ରେଡ କ୍ରସ ପରାମର୍ଶ ଦାତା ଆଧ୍ୟାପକ ପବିତ୍ର ଖଣ୍ଡୁଆଳ, ପ୍ରଶାସନିକ ବୁର୍ସ ଅଧ୍ୟାପକ ଡକ୍ଟର ପ୍ରଦୀପ କୁମାର ଦାଶ, କ୍ରୀଡା ସଂଯୋଜକ ଅଧ୍ୟାପକ ଅକ୍ଷୟ କୁମାର ସାହୁ, କ୍ରୀଡା ଅଧ୍ୟାପକ କ୍ରିଷ୍ଣା ରାଓ ପାତ୍ର, IQAC ସଂଯୋଜକ ଅଧ୍ୟାପକ ସୁଶାନ୍ତ କୁମାର ସାହୁ, ରସାୟନ ବିଜ୍ଞାନର ଅଧ୍ୟାପକ ମନୋଜ କୁମାର ଦାଶ ଉପସ୍ଥିତ ଥିଲେ।  କ୍ୟାଡେଟ୍ ଟ୍ରେନିଂ ଅଫିସର ଶଙ୍କର ପରିଡା ପ୍ରାରମ୍ଭିକ ଭାଷଣ ଦେଇଥିବା ବେଳେ ଆତ୍ମ ପ୍ରକାଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ