ଏନସିସି କ୍ୟାଡେଟଙ୍କ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ

ବାଲେଶ୍ୱର, (ସରୋଜ ପଣ୍ଡା) : ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ପାଳିତ ହେଉଥିବା ଆଜାଦି କା ଅମୃତ ମହୋତ୍ସବରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ପକ୍ଷରୁ ଆରମ୍ଭ ହୋଇଛି ସ୍ୱଚ୍ଛ ଭାରତ ଅଭିଯାନ । ଏହି ପରିପ୍ରେକ୍ଷୀରେ ଓଡ଼ିଶାର ୭ମ ବାଟାଲିଅନ ଏନସିସି ଅଧୀନରେ ବାଲେଶ୍ୱର ଜିଲା ସ୍କୁଲର ଏନସିସି କ୍ୟାଡେଟମାନେ ସ୍ୱଚ୍ଛ ଭାରତ ଅଭିଯାନ ସମ୍ପର୍କିତ ସଚେତନତା ଆୟୋଜନ କରିଥିଲେ । ଜିଲା ସ୍କୁଲର ପ୍ରଧାନ ଶିକ୍ଷକ ଡକ୍ଟର ପ୍ରଫୁଲ କୁମାର ସାହୁ ଏହି ଅଭିଯାନକୁ ଶୁଭାରମ୍ଭ କରିବା ସହ ସ୍ୱଚ୍ଛତା ରକ୍ଷା କ୍ଷେତ୍ରରେ ଏନସିସିର ନିଷ୍ପତ୍ତି ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ । ବିଶେଷ କରି ଛାତ୍ରଛାତ୍ରୀମାନେ ଏହି ଅଭିଯାନରେ ସାମିଲ ହେବା ଦ୍ୱାରା ସେମାନେ ସ୍ୱଚ୍ଚତା ପ୍ରତି ଆଗ୍ରହୀ ହେବା ସହ ନିଜ ବିଦ୍ୟାଳୟ ତଥା ପାରିବାରିକ ସ୍ତରରେ ମଧ୍ୟ ଏହା ପ୍ରତି ଯତ୍ନବାନ ରହିବେ ବୋଲି ଡ. ସାହୁ କହିଥିଲେ । ଜିଲା ସ୍କୁଲ ଏନସିସି ପ୍ରଶିକ୍ଷକ ମନସୁଖ ଅଲ୍ଲୀ ଖାନ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ସ୍ୱଚ୍ଛତା ଅଭିଯାନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଏନସିସି ନିର୍ଦ୍ଦେଶାଳୟ ପକ୍ଷରୁ ଦେଶବ୍ୟାପୀ ଏନସିସି କ୍ୟାଡେଟମାନଙ୍କ ମଧ୍ୟରେ ଜାଗରଣ ସୃଷ୍ଟି ଉଦ୍ଦେଶ୍ୟରେ ଏହି ସ୍ୱଚ୍ଛତା ଅଭିଯାନ ଆରମ୍ଭ ହୋଇଥିବା ସେ କହିଥିଲେ । କରୋନା କାଳରେ ସ୍ୱଚ୍ଛତାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ସେମାନେ ସ୍କୁଲ ଓ ନିଜ ଅଞ୍ଚଳରେ ସ୍ୱଚ୍ଛତା ରକ୍ଷା ଦିଗରେ ସ୍ଥାନୀୟ ବାସିନ୍ଦାଙ୍କୁ ସଚେତନ କରିବେ ବୋଲି ଛାତ୍ରଛାତ୍ରୀମାନେ କହିଥିଲେ । ବହୁ କ୍ୟାଡେଟ ଏଥିରେ ଅଂଶଗ୍ରହଣ ସହ ପ୍ରଥମେ ଜିଲା ସ୍କୁଲ ପରିସରକୁ ପରିଷ୍କାର କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ