ଏନସି କଲେଜ ରେ ଷ୍ଟୁଡେଣ୍ଟ କନକ୍ଲେଭ ଅନୁଷ୍ଠିତ

(ଯୁଗାବ୍ଦ ନ୍ୟୁଜ) ଯାଜପୁର ନରସିଂହ ଚୌଧୁରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଷ୍ଟୁଡେଣ୍ଟ କନକ୍ଲେଭ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ଷ୍ଟୁଡେଂଟ୍ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି କନକ୍ଲେଭରେ ୧୨ଟି ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଯୋଗ ଦେଇ ସେମାନଙ୍କର କ୍ୟାରିଅର,କ୍ରିଡା ଭିତିଭୂମି,ଭବିଷ୍ୟତ ଯୋଜନା ସଂପର୍କରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସହିତ ଆଲୋଚନା କରିଥିଲେ । ଯାଜପୁର ରେ ଶିକ୍ଷାକ୍ଷେତ୍ରରେ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ସମେତ ବିଭିନ୍ନ ବିଷୟରେ ଛାତ୍ର ଛାତ୍ରୀ ମାନେ ବିଧାୟକଙ୍କୁ ପ୍ରଶ୍ନ କରିଥିଲେ । ବିଧାୟକ ପ୍ରତ୍ୟେକ ଛାତ୍ର ଛାତ୍ରୀ ମାନଙ୍କର ପ୍ରଶ୍ନର ଉତର ଦେଇ ଭବିଷ୍ୟତ ଯୋଜନା ସଂପର୍କରେ ଆଲୋଚନା କରିଥିଲେ । ଯାଜପୁର କ୍ରିଡା,ଶିକ୍ଷା,ପର‌୍ୟ୍ୟଟନ ଆଦି କ୍ଷେତ୍ରର ବିକାଶ ପାଇଁ ଅନେକ ପ୍ରକଳ୍ପ ହାତକୁ ନିଆଯାଉଛି ଯାହାର ସୁପଂଳ ଆଗାମୀ ଦିନରେ ମିଳିବ । ନରସିଂହ ଚୌଧୁରୀ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦିଆଯିବ ଏବଂ ଏହାର ନୂତନ କ୍ୟାମ୍ପସ ଓ ସାଇନ୍ସ ପାର୍କ ମାଳଆନନ୍ଦପୁର ଅଂଚଳରେ କରାଯିବ ବୋଲି ବିଧାୟକ ସୂଚନା ଶେଷରେ ଛାତ୍ର ଛାତ୍ରୀଙ୍କ ପକ୍ଷରୁ ବିିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ