ଏନ୍ଏଲସି ଇଣ୍ଡିଆ ଲିମିଟେଡ୍ ତଳାବିରା ପ୍ରକଳ୍ପ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ସମ୍ବଲପୁର, (ଲିପନ ନାଏକ):ଏନଏଲସି ଇଣ୍ଡିଆ ଲିମିଟେଡ୍ ତଲାବିରା ପ୍ରୋଜେକ୍ଟ ଅନୁକୁଲ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୫ ଏକ ଉତ୍ସାହଭରା ପରିବେଶରେ ପାଳିତ ହୋଇଯାଇଛି । ବିଶେଷ କରି ମହିଳା ଶକ୍ତିକରଣ ଉପରେ ଏହି ଉତ୍ସବ କେନ୍ଦ୍ରିତ ଥିଲା। ଗତ ୭ ତାରିଖରେ ସମ୍ବଲପୁର ସହରର ହୋଟେଲ୍ ଗ୍ରାଣ୍ଡ୍ ସିବାରେ ବିଭିନ୍ନ ଆକର୍ଷଣୀୟ ଏବଂ ପ୍ରେରଣା ଦାୟକ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ବେଶ୍ ବିଭୋରିତ ‌ହୋଇଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ଭିଜିଲାନ୍ସ ଅତିରିକ୍ତ ପୋଲିସ ଅଧିକାରୀ ଶ୍ରୀମତୀ ସୁଜାତା ପଣ୍ଡା ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏନଏଲସି ଇଣ୍ଡିଆ ଲିମିଟେଡ୍ ତଳାବିରା ଲେଡିଜ୍ କ୍ଲବର ମୁଖ୍ୟ ଶ୍ରୀମତୀ ଚେରୁକୁ ରାଧିକା ଦୟାନନ୍ଦ ଏବଂ ଶ୍ରୀମତୀ ସିନ୍ଧୁ ସନ୍ତୋଷ ମଧ୍ୟ ଯୋଗ ଦେଇଥିଲେ।ଅତିରିକ୍ତ ଜ଼ିଲ୍ଲା ପୋଲିସ ଅଧିକାରିଣୀ ଶ୍ରୀମତୀ ସୁଜାତା ପଣ୍ଡା ମହିଳାମାନଙ୍କ ଉପଲବ୍ଧି କେବଳ ଏକ ଦିନ ମାନି ନୁହେଁ, ସେଗୁଡ଼ିକୁ ପ୍ରତିଦିନ ସ୍ୱୀକାର କରିବା ଉଚିତ ବୋଲି ନିଜ ବ୍ଯକ୍ତବରେ ମତ ପ୍ରକାଶ କରିଥିଲେ । ଶକ୍ତିଶାଳୀ ମହିଳାମାନେ ଚାହିଁଲେ ଏକ ଶକ୍ତିଶାଳୀ ଦେଶ ଗଠନ କରିପାରିବେ, ତେଣୁ ରାଷ୍ଟ୍ର ଉନ୍ନତିରେ ମହିଳାଙ୍କ ଭୁମିକା ଅତ୍ୟନ୍ତ ଜରୁରୀ ଓ ଗୁରୁତ୍ବପୂର୍ଣ୍ଣ । ସେ ମହିଳାମାନଙ୍କୁ ନିଜର ମଲ୍ଟି-ଟାସ୍କିଂ କ୍ଷମତା, ନେତୃତ୍ୱ ଗୁଣ ଏବଂ ସଦ୍‌ଚରିତ୍ର ଦ୍ଵାରା ଉତ୍କୃଷ୍ଟତା ପ୍ରଦର୍ଶନ କରିବାକୁ ଆହ୍ବାନ ଦେଇଥିଲେ । ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନଙ୍କ ଅବଦାନ ଉଲ୍ଲେଖ କରିବା ସହ, ସେମାନଙ୍କୁ ଅଗ୍ରସର ହେବା ପାଇଁ ସମସ୍ତ ପ୍ରକାର ସହଯୋଗ ଦେବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଏହି ଅବସରରେ ସ୍ଵାଦିଷ୍ଟ ପିଠା ପ୍ରତିଯୋଗିତା ଏବଂ ମିଠା ତିଆରି ପ୍ରତିଯୋଗିତା ଥିଲା ଦିବସର ମୁଖ୍ୟ ଆକର୍ଷଣ । ଯେଉଁଥିରେ ଅନେକ ମହିଳା ନିଜର କୁଶଳତା ଏବଂ ସୃଜନଶୀଳତା ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମର ଶେଷରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା, ଯେଉଁଥିରେ ଭାରତୀୟ ସଂସ୍କୃତି ଏବଂ ମହିଳାମାନଙ୍କ ଅବଦାନକୁ ଅବତାରଣା କରାଯାଇଥିଲା।ଏହି ଉତ୍ସବ, ଏନଏଲସିଆଇଏଲ୍ ର ୱିପ୍ସ ଫୋରମ୍ ଅଫ୍ ଓ୍ବେମେନ୍ ଇନ୍ ପବ୍ଲିକ୍ ସେକ୍ଟର୍ ଏବଂ ତଲIବିରା ଲେଡିଜ୍ କ୍ଲବ୍ ର ସଂଯୁକ୍ତ ଉଦ୍ୟୋଗରେ ଅନୁଷ୍ଠିତ ହୋଇଥିଲା। ଶ୍ରୀମତୀ ଚେରୁକୁ ରାଧିକା ଦୟାନନ୍ଦ ଏହି ଉତ୍ସବକୁ ସଫଳ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ଏବଂ ସଂଗଠିତ ପ୍ରୟାସ ଦ୍ଵାରା ଲିଙ୍ଗ ସମାନତା ଏବଂ ମହିଳା ଶକ୍ତିକରଣ ବୃଦ୍ଧି କରିବାର ଆବଶ୍ୟକତା ଉପରେ ଉଦ୍‌ବୋଧନ ଦେଇଥିଲେ।ଶ୍ରୀମତୀ ଚେରୁକୁ ରାଧିକା ଦୟାନନ୍ଦ ତଲାବିରା (ପ୍ରୋଜେକ୍ଟ) ପ୍ରଶାସନକୁ ମହିଳା ଦିବସ ଉତ୍ସବଟି ଏତେ ଉତ୍ସାହଦାୟକ ଭାବେ ଆୟୋଜନ କରିଥିବାରୁ ଅନେକ ଧନ୍ୟବାଦ ଜଣାଇଥିଲେ।ଏହି ଉତ୍ସବ ଗରିମାପୂର୍ଣ୍ଣ ଅତିଥିମାନଙ୍କ ଏବଂ ଉତ୍ସାହୀ ଅଂଶଗ୍ରହଣକାରୀ ମାନଙ୍କ ପ୍ରତି କୃତଜ୍ଞତା ପ୍ରକାଶ ସହିତ ଶେଷ ହୋଇଥିଲା। ଏହା ଏନଏଲସିଆଇଏଲ୍ ର ମହିଳାମାନଙ୍କୁ ଶକ୍ତିକରଣ ଏବଂ ଅନ୍ତର୍ଭୂକ୍ତି ମୂଳକ ସଂସ୍କୃତି ଗଠନ ପ୍ରତି ସମର୍ପଣକୁ ପ୍ରମାଣ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ