ଏନ୍ଏସି ଉପାଧ୍ୟକ୍ଷଙ୍କ ଚାମ୍ବର ଉଦ୍ଘାଟନ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ନୂତନ ଭାବେ ନିର୍ବାଚିତ ହୋଇଥିବା ଉପାଧ୍ୟକ୍ଷ ରଘୁରାମ ସାହୁଙ୍କ ନୂତନ ଚାମ୍ବର ଉଦ୍ଘାଟିତ ହୋଇଛି | ଗଜପତି ଜିଲ୍ଲାପରିଷଦ ସଭାପତି ଜି.ତିରୁପତି ରାଓ ମୁଖ୍ୟ ଅତିଥିଭାବେ ଯୋଗଦେଇ ନୂତନ କୋଠାର ଶୁଭ ଉଦ୍ଘାଟନ କରିଥିଲେ | ଉପାଧ୍ୟକ୍ଷ ଶ୍ରୀ ସାହୁ ନୂତନ ଗୃହ ପ୍ରବେଶ କରି ତାଙ୍କ କାର୍ଯ୍ୟ ଆରମ୍ଭ କରିଥିଲେ | ଏହି କାର୍ଯ୍ୟକ୍ରମରେ କାଉନସିଲରକେ.ରାମାରାଓ, ଏନ୍ଏସିର ଉନ୍ନୟନ କମିଟି ସଦସଯଏମ୍. ପ୍ରବୀଣ କୁମାର ଓ ବହୁ ମାଣ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଶ୍ରୀ ସାହୁଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ଅଭିନନ୍ଦନ ଜଣାଇଥିଲେ |