ଏନ୍ଏସି ଏନଫୋର୍ସମେଣ୍ଟ ସ୍କ୍ବାର୍ଡର ଚଢାଉ
ଦିଗପହଣ୍ଡି,(ଓ୍ବାଇଏନ୍ଏସ୍) :ଦିଗପହଣ୍ଡି ଏନଏସି ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ସ୍ବଚ୍ଛତା ରକ୍ଷା ଦିଗରେ ଅବହେଳା ପ୍ରଦର୍ଶନ କରୁଥିବା ବ୍ଯବସାୟୀ ମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଛି । ବୁଧବାର ଓ ଗୁରୁବାର ଦୁଇ ଦିନରେ ୨୭ ଜଣ ଖିଲାପି ବ୍ଯବସାୟୀ ୩୨୦୦ ଟଙ୍କା ତଣ୍ଡ ଗଣିଥିବା ଜଣାପଡିଛି।ନୀଳ ଓ ସବୁଜ ରଙ୍ଗର ଡଷ୍ଟବିନର ସଠିକ ବ୍ଯବହାର ସହ ପ୍ରତ୍ୟେକ ବ୍ଯବସାୟୀ ସେମାନଙ୍କ ଦୋକାନର ୫ ମିଟର ପରିଧିକୁ ସଫା ରଖିବା ପାଇଁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ ସୁନିଶ୍ଚିତ କରାଇବାକୁ କୁହାଯାଇଛି । ଗତକାଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଦିଗପହଣ୍ଡି ଗସ୍ତ ସମୟରେ ଏନ୍ଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆଙ୍କୁ ଡକାଇ ଏ ସମ୍ପର୍କରେ ନିର୍ଦ୍ଦେଶ ଦେଇଥିଲେ।ପ୍ରକାଶ ଥାଉକି ଏନ୍ଏସି ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରତିଦିନ ସଚେତନତା କାର୍ଯ୍ୟକ୍ରମ ଜାରି ରଖାଯିବା ସହ ଖୋଦ୍ ନିର୍ବାହୀ ଅଧିକାରୀ ଡାକୁଆ ବିଭିନ୍ନ ସମୟରେ ଦୋକାନୀ ମାନଙ୍କୁ ଭେଟି ସଚେତନ କରାଉଥିଲେ ମଧ୍ୟ କିଛି ଦୋକାନୀ ଏଥିପ୍ରତି ଗୁରୁତ୍ୱ ଦେଉନଥିବା ଦେଖାଯାଇଛି ।