ଏନ୍ଡି ତିୱାରୀଙ୍କ ପୁଅ ରୋହିତ୍ଙ୍କ ସନ୍ଦେହଜନକ ମୃତ୍ୟୁ

ନୂଆଦିଲ୍ଲୀ(ଏଜେନ୍ସି): ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ଦତ୍ତ ତିୱାରୀଙ୍କ ପୁଅ ରୋହିତ୍ ଶେଖରଙ୍କ ମଙ୍ଗଳବାର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ମୃତ୍ୟୁର କାରଣ ହୃଦ୍ଘାତ ବୋଲି କୁହାଯାଉଛି । ସାକେତ୍ ମ୍ୟାକ୍ସ ହସ୍ପିଟାଲ ଡାକ୍ତର ତାଙ୍କୁ ସନ୍ଧ୍ୟା ୫ଟା ୫ଠ ସମୟରେ ମୃତ ଘୋଷଣା କରିଥିଲେ । ଦକ୍ଷିଣ ଦିଲ୍ଲୀ ଡିସିପି ବିଜୟ କୁମାର ଏହା ପ୍ରକାଶ କରିଛନ୍ତି । ରୋହିତ ଶେଖର ଦିଲ୍ଲୀର ଡିଫେନ୍ସ କଲୋନିରେ ରହୁଥିଲେ । ମା’ ଏବଂ ପତ୍ନୀ ତାଙ୍କୁ ସାକେତ ମ୍ୟାକ୍ସ ହସ୍ପିଟାଲକୁ ନେଇ ପହଞ୍ôଚଥିଲେ । ଗତ ବର୍ଷ ଅକ୍ଟୋବର ୧୮ରେ ନାରାୟଣ ଦତ୍ତ ତିୱାରୀଙ୍କ ପରଲୋକ ଘଟିଥିଲା । ଦୀର୍ଘ ଦିନର ଆଇନଗତ ଲଢେଇ ପରେ ଏନ୍.ଡି ତିୱାରୀ ରୋହିତଙ୍କୁ ନିଜର ପୁଅ ବୋଲି ସ୍ୱୀକାର କରିଥିଲେ । ୨ଠଠ୮ରେ ରୋହିତ୍ ଶେଖର ମୋକଦ୍ଦମା ଦାଏର କରି ଏନ.ଡି ତିୱାରୀଙ୍କୁ ନିଜ ବାପା ବୋଲି ଦାବି କରିଥିଲେ । ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟ ଏନ୍ଡି ତିୱାରୀଙ୍କ ଡିଏନ୍ ମ୍ୟାପିଂ କରିବାକୁ ରାୟ ଦେଇଥିଲେ । ୨ଠ୧୨ ଜୁଲାଇ ୨୭ରେ ଦିଲ୍ଲୀ ହାଇକୋର୍ଟ ଡିଏନ୍ ପରୀକ୍ଷା ରିପୋର୍ଟକୁ ସାର୍ବଜନୀନ କରିଥିଲେ । ଡିଏନ୍ ପରୀକ୍ଷା ଅନୁସାରେ ଏନ୍ଡି ତିୱାରୀ ହିଁ ରୋହିତଙ୍କ ବାପା ବୋଲି କୋର୍ଟ ଘୋଷଣା କରିଥିଲେ ।
ଅର୍ଥାଭାବ: ଇସିଙ୍କୁ ଆକୁଳ ନିବେଦନ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ