ଏନ୍‍ବିସି କଲେଜରେ ଯୁବ ରେଡ୍‍କ୍ରସ୍‍ ପକ୍ଷରୁ ଏଡସ୍‍ ଦିବସ ପାଳିତ

ଆସିକା, (ଯୁଗାବ୍ଦ ନ୍ୟୁଜ):ପୂର୍ବବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଆସିକା ବ୍ଳକ ଅନ୍ତର୍ଗତ କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟରେ ଯୁବ ରେଡ୍‍କ୍ରସ୍‍, ରେଡ୍‍ ରିବନ୍‍ କ୍ଳବ ଓ ସାମାଜିକ ସ୍ୱେଚ୍ଛାସେବୀ ସେବା ସଂସ୍ଥା ଅରୁଣାର ମିଳିତ ସହଯୋଗରେ ବିଶ୍ୱ ଏଡସ୍‍ ଦିବସ ପାଳିତ ହୋଇଯାଇଛି । ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ଏହି ବିଶ୍ୱ ଏଡସ୍‍ ଦିବସ ପାଳନ କାର୍ଯ୍ୟକ୍ରମରେ ଡାକ୍ତର ଅସ୍ମିତା ମହାପାତ୍ର, ମହାବିଦ୍ୟାଳୟର ଅଧ୍ୟକ୍ଷ ହରିଶଙ୍କର ପାଣ୍ଡେ ପ୍ରମୁଖ ଯୋଗଦେଇ ବିଶ୍ୱ ଏଡସ୍‍ ଦିବସ ପାଳନର ଲକ୍ଷ୍ୟ, ତାତ୍ପର୍ଯ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ଏଡସ୍‍ ରୋଗର ଭୟାବହତା, ସଚେତନତା ଓ ନିରାକରଣ ଉପରେ ବହୁ ଶିକ୍ଷଣୀୟ ପରାମର୍ଶ ଦେଇ ଛାତ୍ରଛାତ୍ରୀମାନେ ନିଜେ ଏ ବିଷୟରେ ସଚେତନ ହେବା ସାଙ୍ଗକୁ ଅନ୍ୟମାନଙ୍କୁ ସଚେତନ କରିବାକୁ ପରାମର୍ଶ ଦେଇ ଏଡ୍‍ସ ରୋଗକୁ ଘୃଣା କର କିନ୍ତୁ ରୋଗୀକୁ ଘୃଣା କର ନାହିଁ ବୋଲି ମାର୍ଗଦର୍ଶନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ଯୁବ ରେଡକ୍ରସର ସଂଯୋଜକ ତଥା ଶୈକ୍ଷିକ ଅଧିକାରୀ ଓଡିଆ ବିଭାଗର ମୁଖ୍ୟ ଅଧ୍ୟାପକ କୁନା ସୁନା, ଯୁବ ରେଡକ୍ରସର ସହ ସଂଯୋଜିକା ଅଧ୍ୟାପିକା ସୁଶ୍ରୀ ଶୁଭଶ୍ରୀ ସାହୁ, ଅଧ୍ୟାପକ ଅଭିଷେକ ବେହେରା, ରୁଦ୍ରମାଧବ ବେହେରା, ବିକାଶ ଦିଗଲ, ଅଜିତ୍‍ କୁମାର ପଟ୍ଟନାୟକ, ଅଜିତ୍‍ କୁମାର ମହାପାତ୍ର, ପ୍ରଫୁଲ କୁମାର କାଣ୍ଡଗୋରୀ, ଅଜିତ୍‍ ମୁଖୀ, ଆଲୋକ ପ୍ରଧାନ, ସିଲୁ ସେଠୀ, ସୁଶ୍ରୀ ସଙ୍ଗୀତା ମହାନ୍ତି, ସୁଜାତା ସିଂ, ସ୍ୱପ୍ନରାଣୀ ପଟ୍ଟନାୟକ, ଯସ୍ମିନ୍‍ ନାୟକ, ସୁଚିସ୍ମିତା ପଟ୍ଟନାୟକ, ଅର୍ପିତା ପ୍ରିୟଦର୍ଶିନୀ, ରଘୁନାଥ ପ୍ରଧାନ, ପ୍ରିୟଙ୍କା ସ୍ୱାଇଁଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ