ଏନ୍ବିସି କଲେଜରେ ଶାସ୍ତ୍ରୀୟ ଓଡିଆ ଭାଷା ଦିବସ ପାଳିତ
ଆସିକା, (ୱାଇଏନ୍ଏସ୍):ଆସିକା ବ୍ଳକ ଅନ୍ତର୍ଗତ କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟ ଓଡିଆ ବିଭାଗ ପକ୍ଷରୁ ଶାସ୍ତ୍ରୀୟ ଓଡିଆ ଭାଷା ଦିବସ ପାଳିତ ହୋଇଯାଇଛି । କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ହରିଶଙ୍କର ପାଣ୍ଡେଙ୍କ ପରାମର୍ଶକ୍ରମେ ଶିକ୍ଷାନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଥିବା ଏହି ଶାସ୍ତ୍ରୀୟ ଓଡିଆ ଭାଷା ଦିବସ ପାଳନ କାର୍ଯ୍ୟକ୍ରମରେ ଓଡିଆ ବିଭାଗର ମୁଖ୍ୟ ଅଧ୍ୟାପକ ଡଃ କୁନା ସୁନା, ଅଧ୍ୟାପକ ଅଜିତ୍ କୁମାର ମୁଖୀ, ଅଧ୍ୟାପିକା ସୁଜାତା ସିଂ, ଅଧ୍ୟାପିକା ରାଜେଶ୍ୱରୀ ରଥ ପ୍ରମୁଖ ଯୋଗଦେଇ ଶାସ୍ତ୍ରୀୟ ଓଡିଆ ଭାଷା ଦିବସ ପାଳନର ଲକ୍ଷ୍ୟ ଓ ଅଭିମୁଖ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ଭାଷା ଗୋଟିଏ ଜାତିର ଅସ୍ମିତାର ପରିଚୟ ହୋଇଥିଲା ବେଳେ ଭାଷା ହିଁ ତାର ଐଶ୍ଚର୍ଯ୍ୟ ବୋଲି ପ୍ରକାଶ କରି ଓଡିଆ ଭାଷାର ଗୌରବମୟ ପରମ୍ପରା ଉପରେ ବହୁ ଶିକ୍ଷଣୀୟ ତଥା ଉପାଦେୟ ସୂଚନା ପ୍ରଦାନ କରିବା ସାଙ୍ଗକୁ ଓଡିଆ ଭାଷାକୁ ସୁଦୃଢ କରିବା ପାଇଁ ସମସ୍ତେ ନିଷ୍ଠାପର ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ । କେନ୍ଦୁପଦର ସ୍ଥିତ ନିମିନା ବୃôନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ଛାତ୍ରୀ ପୂଜାରାଣୀ ପ୍ରଧାନ ଏହି ଶାସ୍ତ୍ରୀୟ ଓଡିଆ ଭାଷା ଦିବସ ପାଳନ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲା ବେଳେ ବହୁ ବିଦ୍ୟାର୍ଥା, ଅଧ୍ୟାପକ, ଅଧ୍ୟାପିକା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।