ଏନ୍‍ବିସି ମହାବିଦ୍ୟାଳୟରେ ନିର୍ମଳ ପରିସର ଅଭିଯାନ କାର୍ଯ୍ୟକ୍ରମ

ଆସିକା, (ୱାଇଏନ୍‍ଏସ୍‍):ଆସିକା ବ୍ଳକ ଅନ୍ତର୍ଗତ କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟ ପକ୍ଷରୁ ଶିକ୍ଷାନୁଷ୍ଠାନ ପରିସରରେ ନିର୍ମଳ ପରିବେଶ ଓ ନିର୍ମଳ ଶୈକ୍ଷିକ ବାତାବରଣ ସୃଷ୍ଟି ଲକ୍ଷ୍ୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ହରିଶଙ୍କର ପାଣ୍ଡେଙ୍କ ସଂଯୋଜନାରେ ମୋ ବିଦ୍ୟାଳୟ ମୋ ଗୌରବ ବିଷୟବସ୍ତୁକୁ ଆଧାର କରି ନିର୍ମଳ ପରିସର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା, ଯୁବ ରେଡକ୍ରସ, ସ୍କାଉଟ୍‍ସ ଓ ଗାଇଡ୍‍ସ ସ୍ୱେଚ୍ଛାସେବୀଙ୍କ ସମେତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ହାତରେ ଝାଡୁ ଧରି ଶିକ୍ଷାନୁଷ୍ଠାନର ପରିସରକୁ ପରିଷ୍କାର ଓ ପରିଚ୍ଛନ୍ନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ହରିଶଙ୍କର ପାଣ୍ଡେ ଯୋଗଦେଇ ସଫେଇ ଆପଣାନ୍ତୁ ଓ ରୋଗ ହଟାନ୍ତୁ ସ୍ଳୋଗାନ୍‍ ଦେଇ ରାସ୍ତାପାଶ୍ୱର୍ରେ ମଳତ୍ୟାଗ ନକରିବା ପାଇଁ ଲୋକଙ୍କୁ ସଚେତନ କରିବା, ପଲିଥିନ୍‍ ଓ ପ୍ଳାଷ୍ଟିକ୍‍ ବୋତଲ ଏଣେତେଣେ ନପକାଇବା, ପରିବେଶକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବା ପାଇଁ ଅଳିଆ ଆବର୍ଜନାକୁ ସଂଗ୍ରହ କରି ଗୋଟିଏ ସ୍ଥାନରେ ରଖିବା ସମେତ ସ୍ୱଚ୍ଛତା ଉପରେ ବହୁ ଶିକ୍ଷଣୀୟ ମାର୍ଗଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଅଧ୍ୟାପକ ଅଭିଷେକ ବେହେରା, ଅଧ୍ୟାପକ ପ୍ରଫୁଲ କାଣ୍ଡଗୋରୀ, ବିକାଶ ଦିଗଲ୍‍, ଜୀବନକୃଷ୍ଣ ଦାଶ, ସିଲୁ ସେଠୀ, ଆଲୋକ ପ୍ରଧାନ, ଅଜିତ୍‍ ମୁଖୀ, ଅଜିତ୍‍ ମହାପାତ୍ର, ସଚ୍ଚିନ୍‍ ଜେନା, ଉଦିତ୍‍ ନାରାୟଣ ଦାଶ, ଅଧ୍ୟାପିକା ସୁଜାତା ଟେଟେ, ସୁଜାତା ସିଂ, ସ୍ୱପ୍ନରାଣୀ ପଟ୍ଟନାୟକ, ଶୁଭଶ୍ରୀ ସାହୁ, ସୁଶ୍ରୀ ସଙ୍ଗୀତା ପଟ୍ଟନାୟକ, ଯଜ୍ଞସେନୀ ପ୍ରଧାନ, କେ.ସ୍ମିତା ପାତ୍ର, ଯସ୍ମିନ୍‍ ନାୟକ, ଅର୍ପିତା ପ୍ରିୟଦର୍ଶିନୀ, ପ୍ରିୟଙ୍କା ସ୍ୱାଇଁ, କିରଣ ଡାକୁଆ, ସୁଚିସ୍ମିତା ପଟ୍ଟନାୟକ, କେ.ଭୋଜରାଜୁ ଦୋରା, ପ୍ରମୋଦ କୁମାର ଆପଟ, ପଦ୍ମିନୀ ମହାରଣା, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ପ୍ରସାଦ କୁମାର ଆପଟ, ରାଜେଶ୍‍ ଭୋଳ, ମନୁ ସ୍ୱାଇଁଙ୍କ ସମେତ ବହୁ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ବିଦ୍ୟାର୍ଥୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ