ଏନ୍‌ଏଚ୍‌ଆର୍‌ସିରେ ଦିବ୍ୟାଙ୍ଗ ଯୁବତୀ ଗଣଦୁଷ୍କର୍ମ ମାମଲା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ  ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା ଭିନ୍ନ ମୋଡ଼ ନେଇଛି। ପୁଲିସ ମାମଲା ରୁଜୁ କରିବାଠାରୁ ଆରମ୍ଭ କରି ଦୋଷୀଙ୍କୁ ଛାଡ଼ି ଚଞ୍ଚକତା ପୂର୍ବକ ଅନ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଅଭିଯୋଗ ହୋଇଛି। ଏ ଘଟଣାରେ ସାମାଜିକ କର୍ମୀ ଜୟନ୍ତ କୁମାର ଦାସ ଜାତୀୟ ମାନବାଧିକାର କମିସନ୍‌ (ଏନ୍ଏ‌ଚ୍ଆ‌ରସି)ଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ପୁଲିସର ଭୂମିକା ସନ୍ଦେହ ଘେରର ରହୁଥିବା ବେଳେ ଏହାର ନିରପେକ୍ଷ ତଦନ୍ତ ପାଇଁ ମାମଲା କ୍ରାଇମବ୍ରାଞ୍ଚକୁ ଦିଆଯିବାକୁ ଏବଂ ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ନେଇ ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେବାକୁ ଶ୍ରୀ ଦାସ ଏନ୍ଏ‌ଚ୍ଆ‌ର୍‌ସିଙ୍କ ନିକଟରେ ନିବେଦନ କରିଛନ୍ତି।ଭିନ୍ନକ୍ଷମ ଯୁବତୀଙ୍କ ପରିବାର ପକ୍ଷରୁ ଗତ ୧୨ ତାରିଖରେ ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ ହୋଇଥିଲା। ହେଲେ ୧୨ ତାରିଖରେ ଅଭିଯୋଗ ହୋଇଥିଲେ ବି ପୁଲିସ ୧୫ ତାରିଖରେ ମାମଲା ରୁଜୁ କରିଥିବା ଏଥିରୁ ଜଣା ପଡ଼ିଥିଲା। ପୁଲିସ ଦାରିଙ୍ଗବାଡ଼ି ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ନିକଟରେ ପୀଡ଼ିତାଙ୍କୁ ହାଜର କରିଥିଲା। ସେଠାରେ ତାଙ୍କ ବୟାନ ରେକର୍ଡ଼ ହୋଇଥିଲା। ପରେ ଥାନାରେ ଟିଆଇ ପରେଡ୍‌ରେ ୬ ଜଣ ଯୁବକଙ୍କୁ ମଧ୍ୟରୁ ଭକ୍ତ ପ୍ରଧାନ ଓ ସୁଦର୍ଶନ ପ୍ରଧାନଙ୍କୁ ଅଭିଯୁକ୍ତ ବୋଲି ପୀଡ଼ିତା ଚିହ୍ନଟ କରିଥିଲେ। ହେଲେ ପୁଲିସ ସେମାନଙ୍କୁ ଗିରଫ କରିବା ବଦଳରେ ଆଉ ଦୁଇ ଯୁବକ ସଦାଶିବ ପ୍ରଧାନ ଓ ସୁନିତ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ