ଏନ୍‌ଏସ୍‌ଡିସି ଏବଂ ସେଲସ୍‌ଫୋର୍ସ ମିଳିତ ଭାବେ ଦକ୍ଷତା ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବେ

ଭାରତୀୟ ଯୁବବର୍ଗମାନଙ୍କ ଦକ୍ଷତା ବିକାଶ ପାଇଁ ଭାରତ ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଜାତୀୟ ସ୍କିଲ୍ ଡେଭଲପ୍‌ମେଂଟ୍ କର୍ପୋରେସନ ୍‌(ଏନ୍‌ଏସ୍‌ଡିସି) ପକ୍ଷରୁ ଟ୍ରେଲ୍ ହେଡ୍ ଇ-ଲର୍ଣ୍ଣର୍ିଂ ପ୍ଲାଟଫର୍ମ ସେଲସ୍ ଫୋର୍ସ ସହିତ ମିଳିତ ଭାବେ କାର୍ଯ୍ୟ କରିବେ । ଏହି ଫ୍ରି ଅନ୍ ଲାଇନ୍ ପ୍ଲାଟଫର୍ମ ଦକ୍ଷତା ବିକାଶ କରିବା ସହିତ ଡିଜିଟାଲ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ସକ୍ଷମ ହେବ । ୨୦୨୨ ସୁଦ୍ଧା ଦେଶରେ ଶିଳ୍ପ କ୍ଷେତ୍ରରେ ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ସମୟରେ ଆର୍ଟିପିସିଆଲ୍ ଇଂଟେଲଜେନ୍ସ୍ ଏବଂ ଅଟୋମେଶସନ କ୍ଷେତ୍ରରେ ୧୨୦ ନିୟୁତରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଆଶା ରହିଛି । ଫଳରେ ପ୍ରତି ଯୁବବର୍ଗ ବର୍ଷକୁ ୧୦୦ ଦିନର ନିଶ୍ଚିତ ନିଯୁକ୍ତି ଉପଲବ୍ଧ କରିପାରିବେ । ଏନ୍‌ଏସ୍‌ଡିସି ଏବଂ ସେଲସ୍ ଫୋର୍ସ ମଧ୍ୟରେ ହୋଇଥିବା ଚୁକ୍ତି ଦ୍ୱାରା ଏଣିକି କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ମଧ୍ୟ ଏହାକୁ ଉପଲବ୍ଧ କରାଯାଇପାରିବ । ଫଳରେ ଶିକ୍ଷାର୍ଥୀ ସହଜରେ ଟ୍ରେଲହେଡ୍ ପ୍ଲାଟଫର୍ମରେ ନିଯୁକ୍ତି ହାସଲ କରିବାକୁ ସକ୍ଷମ ହୋଇପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ