ଏନ୍‌ଓସି ଫାଉଣ୍ଡେସନ ପକ୍ଷରୁ ମହମବତୀ ପ୍ରଜ୍ୱଳନ କରି ସହୀଦ୍ ଜବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି

ପାରାଦ୍ୱୀପ (ପୀତବାସ ପ୍ରଧାନ): ନିକଟରେ ଭାରତ-ଚୀନ ସୀମା ଗଲୱାନ ଘାଟି ନିକଟରେ ଚୀନ୍ ସେନାଙ୍କ ଆକ୍ରମଣ ରେ ୨୦ଜଣ ଭାରତୀୟ ସହୀଦ୍ ହୋଇଥିଲେ । ସାରା ଦେଶରେ ଏହି ଜବାନ୍ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଉଥିବା ବେଳେ, ଶିଳ୍ପ ଓ ବନ୍ଦର ସହର ପାରାଦ୍ୱୀପର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ନିଉ ଅପରଚ୍ୟୁନିଟି ଫର ଚିଲ୍‌ଡ୍ରେନ୍ସ (ଏନ୍‌ଓସି) ଫାଉଣ୍ଡେସନ ପକ୍ଷରୁ ଗୁରୁବାର ଦିନ ଏକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଫାଉଣ୍ଡସନ ପକ୍ଷରୁ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଶାରଳା ମନ୍ଦିରରେ ପ୍ରଦୀପ ପ୍ରଜ୍ୱଳନ କରାଯିବା ସଙ୍ଗେ ସଙ୍ଗେ ସଙ୍ଗଠନର ରାଜ୍ୟ ସଂଯୋଜିକା ଶୈଳେନ୍ଦ୍ରୀ ସେନାପତିଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ମହିଳା ସଦସ୍ୟାମାନେ ସାମାଜିକ ଦୂରତ୍ୱ ଅବଲମ୍ବନ କରି ଏକ ମହମବତୀ ସୋଭାଯାତ୍ରା ବସଷ୍ଟାଣ୍ଡ ନିକଟସ୍ଥ ନେତାଜୀ ସୁବାସ ବୋଷ ମୂର୍ତ୍ତୀ ପର୍ଯ୍ୟନ୍ତ କରାଯାଇଥିଲା । ଏହି ଅବସରରେ ଶ୍ରୀମତୀ ସେନାପତି ଚାଇନା ଦ୍ୱାରା ଉତ୍ପାଦିତ ସମାଗ୍ରୀକୁ ବର୍ଜନ କରି ସ୍ୱଦେଶୀ ସାମଗ୍ରୀ କୁ ବ୍ୟବହାର କରିବା ପାଇଁ ସମସ୍ତ ଦେଶବାସୀଙ୍କୁ ଅନୁରୋଧ କରିଥିଲେ । ଏଠାରେ ସୂଚନା ଥାଉକି ପାରାଦ୍ୱୀପ ଅଞ୍ଚଳରେ କୋଭିଡ-୧୯ ଲକଡାଉନ୍ ପ୍ରାରମ୍ଭରୁ ଏନ୍‌ଓସି ଫାଉଣ୍ଡେସନ ସାଧାରଣରେ ଗରିବ ଲୋକମାନଙ୍କୁ ଶୁଖିଲା ଖାଦ୍ୟ, ମାସ୍କ ଓ ସାନିଟାଇଜର ବଣ୍ଟନ କରିବା ସହିତ କରୋନା ଯୋଦ୍ଧା ମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ସମ୍ବର୍ଦ୍ଧନା ଓ ସମ୍ମାନୀତ କରିିଆସୁଛନ୍ତି । ତେବେ ଜବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କାର୍ଯ୍ୟକ୍ରମରେ ସଂଗଠନର ସଦସ୍ୟା ଟୁନି ପ୍ରଭା ରାଉତ, ବନଲତା ବାରିକ, ଜୟନ୍ତୀ ସ୍ୱାଇଁ, କବିତା ପରିଡା, ସଂଯୁକ୍ତା ମଲ୍ଲିକ, ପ୍ରିତୀରେଖା ମାନ୍ନା, ସଂଯୁକ୍ତା ବରାଳ, ପ୍ରତୀମା ସାମନ୍ତରାୟ, ନନ୍ଦିନୀ ପରିଡା, ସୂର୍ଣ୍ଣଲତା ରାଉତ ପ୍ରମୁଖ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ସେହିପରି ପାରାଦ୍ୱୀପରେ ପ୍ରଥମ ସଂଗଠନ ଭାବେ ଏନ୍‌ଓସି ଫାଉଣ୍ଡେସନ ପକ୍ଷରୁ ସହିଦ୍ ଜବାନ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି କାର୍ଯକ୍ରମରେ ବହୁ ବୁଦ୍ଧିଜିବୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ