ଏନ୍କାଉଣ୍ଟରରେ ଗ୍ୟାଙ୍ଗଷ୍ଟର୍ ବିକାଶ ଦୁବେ ମୃତ
ଲକ୍ଷ୍ନୌ: ପୋଲିସ ଏନ୍କାଉଣ୍ଟରରେ କାନପୁରରେ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର୍ ବିକାଶ ଦୁବେ ମୃତ୍ୟୁବରଣ କରିଛି। ସେ ପୋଲିସ କବଳରୁ ଖସି ପଳାଇଯିବାକୁ ଉଦ୍ୟମ କରୁଥିଲା। ତାକୁ ଉତ୍ତର ପ୍ରଦେଶ ସ୍ପେସାଲ୍ ଟାସ୍କ୍ ଫୋର୍ସ ପକ୍ଷରୁ ଗୁଳି ଚଳାଯାଇଥିଲା। ଗୁଳିମାଡ଼ରେ ବିକାଶର ମୃତ୍ୟୁ ଘଟିଥିବା ସୂଚନା ରହିଛି। କିନ୍ତୁ ସରକାରୀ ଭାବେ ଏ ସଂକ୍ରାନ୍ତରେ ଘୋଷଣା କରାଯାଇନାହିଁ। ଶୁକ୍ରବାର ସକାଳେ ଗ୍ୟାଙ୍ଗଷ୍ଟର୍ ବିକାଶ ଦୁବେଙ୍କୁ ଉତ୍ତର ପ୍ରଦେଶ ସ୍ପେସାଲ୍ ଟାସ୍କ୍ ଫୋର୍ସ ମଧ୍ୟପ୍ରଦେଶରୁ କାନପୁର ଆଣୁଥିଲେ। ବାଟରେ ବରା ଅଞ୍ଚଳରେ ତାଙ୍କୁ ଅଣାଯାଉଥିବା ଗାଡ଼ିଟି ସକାଳ ପ୍ରାୟ ୭ଟା ବେଳେ ଓଲଟି ପଡ଼ିବାରୁ ସେ ଖସି ପଳାଇବାକୁ ଉଦ୍ୟମ କରୁଥିଲେ। ଫଳରେ ତାଙ୍କୁ ଏନ୍କାଉଣ୍ଟର୍ କରାଯାଇଥିଲା। ଏନ୍କାଉଣ୍ଟର୍ ଯୋଗୁଁ ଶରୀରରେ ଗୁଳି ଚୋଟ ଲାଗିବାରୁ ବିକାଶ ଦୁବେ ଆହତ ହୋଇଥିଲା ଏବଂ ପରେ ତାର ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରୁ ତୁରନ୍ତ ତାକୁ ଡାକ୍ତରଖାନାକୁ ନିଆଯାଇଥିଲା। ଏହି ଘଟଣାରେ ଉତ୍ତର ପ୍ରଦେଶ ସ୍ପେସାଲ୍ ଟାସ୍କ୍ ଫୋର୍ସର ଜଣେ ସବ୍-ଇନ୍ସପେକ୍ଟର୍ ଓ ଦୁଇ ଜଣ କନେଷ୍ଟବଳ ମଧ୍ୟ ଆହତ ହୋଇଛନ୍ତି। ସେମାନେ ବିକାଶ ଦୁ ବେଙ୍କୁ ଅଣାଯାଉଥିବା ଗାଡ଼ିରେ ଥିଲେ।


