ଏନ୍‌କାଉଣ୍ଟର୍‌ରେ ଜଣେ ଆତଙ୍କବାଦୀ ମୃତ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ଅନନ୍ତନାଗଠାରେ ନିରାପତ୍ତା ବଳଙ୍କ ଗୁଳିରେ ଜଣେ ଆତଙ୍କବାଦୀ ମୃତ୍ୟୁବରଣ କରିଛି। ସୋମବାର ପ୍ରତ୍ୟୁଷରୁ ଗୁଳିବିନିମୟ ଚାଲିଥିଲା। ଅନନ୍ତନାଗର ଶ୍ରୀଗୁଫୱାରା ଅଞ୍ଚଳରେ ଦୁଇ ତିନିଜଣ ଆତଙ୍କବାଦୀ ଆତ୍ମଗୋପନ କରିଛନ୍ତି। ସେଠାରୁ ଜଣେ ମହିଳାଙ୍କୁ ମଧ୍ୟ ଗିରଫ କରାଯାଇଛି। ସୂଚନାଯୋଗ୍ୟ ଯେ, ଉତ୍ତରାଞ୍ଚଳ ବାରମୂଳା ଜିଲ୍ଲାର ସୋପୋରରେ ରବିବାର ଦିନ ଚାଲିଥିବା ଦିନ ତମାମ ଏନ୍‌କାଉଣ୍ଟର୍‌ରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ରେବାନ୍ ଏନ୍‌କାଉଣ୍ଟର୍‌ରେ ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଥିଲେ ଲଶ୍କର୍-ଏ-ତୈବାର ଆତଙ୍କବାଦୀ ଉସ୍‌ମାନ୍। ସେ ନିକଟରେ ଘଟିଥିବା ସୋପୋର ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଥିଲେ। ଏହି ଆକ୍ରମଣ ଘଟଣାରେ ଜଣେ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଥିଲେ ଏବଂ ଜଣେ ସାଧାରଣ ନାଗରିକ ମଧ୍ୟ ନିହତ ହୋଇଥିଲେ। ଏ ପର୍ଯ୍ୟନ୍ତ ଏ ବର୍ଷ କଶ୍ମୀରରେ ପ୍ରାୟ ୧୩୪ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ କେବଳ ଜୁନ୍ ମାସରେ ନିହତ ହୋଇଛନ୍ତି ୪୮ଜଣ। ଅଧିକାଂଶ ଆତଙ୍କବାଦୀଙ୍କୁ ଦକ୍ଷିଣ କଶ୍ମୀରରେ ହତ୍ୟା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ