ଏନ୍‌କାଉଣ୍ଟର୍: ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ସୋମବାର ସକାଳେ ଜମ୍ମୁ ଓ କଶ୍ମୀରର କୁଲ୍‌ଗାମ୍‌ ଜିଲ୍ଲାର ଦମ୍‌ହାଲ୍ ହାଞ୍ଜିପଡ଼ା ଅନ୍ତର୍ଗତ ଖୁର୍ ଗ୍ରାମରେ ନିରାପତ୍ତା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଗୁଳିବିନିମୟରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।
ଦୁଇତିନିଜଣ ଆତଙ୍କବାଦୀ ଆତ୍ମଗୋପ କରିଥିବା ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ୩୪ ଆରଆର୍, ସିଆର୍‌ପିଏଫ୍‌ ଏବଂ କୁଲ୍‌ଗାମ୍‌ ପୁଲିସର ଏକ ମିଳିତ ଦଳ ସମ୍ପୃକ୍ତ ଅଞ୍ଚଳରେ କର୍ଡନ୍ ଆଣ୍ଡ୍ ସର୍ଚ ଅଭିଯାନ ଆରମ୍ଭ କରିଥିଲା ବୋଲି ଆଇଜି କହିଛନ୍ତି।
ଆତଙ୍କବାଦୀମାନେ ଆତ୍ମଗୋପନ କରିଥିବା ଘରପାଖରେ ନିରାପତ୍ତା ବଳ ପହଞ୍ଚିବା ପରେ ଗୁଳିବିନିମୟର ସୂତ୍ରପାତ ହୋଇଥିଲା। ଆତ୍ମ-ସମର୍ପଣ କରିବାକୁ ଆତଙ୍କବାଦୀମାନଙ୍କୁ କୁହାଯାଇଥିଲେ ବି ସେମାନେ ନିରାପତ୍ତା ବଳଙ୍କ ଉପରକୁ ଗୁଳି ଚଳାଇଥିଲେ। ନିରାପତ୍ତା ବଳ ପାଲଟା ଗୁଳି ଚଳାଇବାରୁ ଘଟଣାସ୍ଥଳରେ ଦୁଇଜଣ ଆତଙ୍କବାଦୀ ଟଳି ପଡ଼ିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ