ଏନ୍‌ପିଆର ଉପରେ ରୋକ୍‌ ଯାଚିକା ଖାରଜ

ନୂଆଦିଲ୍ଲୀ : ସିଏଏ ଏବଂ ଏନ୍‌ପିଆର ବିରୋଧରେ ଆଗତ ଯାଚିକାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାର ଶୁଣାଣି କରିବା ସହିତ ଏନ୍‌ପିଆର ଉପରେ ରୋକ୍‌ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଏନ୍‌ପିଆର ଉପରେ ରୋକ୍‌ ଲଗାଇବାକୁ ସର୍ବୋଚ୍ଚ କୋର୍ଟ ମନା କରିଛନ୍ତି । ସରକାରଙ୍କ ପକ୍ଷରୁ ଏହା ଉପରେ କୌଣସି ଯୁକ୍ତି ନ ଶୁଣି କୋର୍ଟ ରୋକ୍‌ ଲଗାଇ ପାରିବେ ନାହିଁ ବୋଲି କୁହାଯାଇଛି । ବିଭିନ୍ନ ଛାତ୍ର ସଙ୍ଗଠନ, କଂଗ୍ରେସ ଏବଂ ଅନ୍ୟାନ୍ୟ ବିରୋଧୀ ରାଜନେତାଙ୍କ ପକ୍ଷରୁ ଆଗତ ୧୪୦ଟି ଯାଚିକା ଉପରେ ବିଚାର କରି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ