ଏନ୍ୱାଇକେ ଓ ବିନୋଦିନୀ ବିଦ୍ୟାଳୟ ତରଫରୁ ଦିନଦୟାଲ ଉପାଧ୍ୟାୟଙ୍କ ଜନ୍ମଜୟନ୍ତୀ ପାଳିତ
ପାରହଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ନେହେରୁ ଯୁବ କେନ୍ଦ୍ର (ଏନ୍ୱାଇକେ) ଓ ବିନୋଦିନି ବିଜ୍ଞାନ ଉଚ୍ଚ ମାଧ୍ୟମକି ବିଦ୍ୟାଳୟର ଜାତୀୟ ସେବା ଯୋଜନା ମିଳିତ ଆନୁକୁଲ୍ୟରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜନ୍ମ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଉଚ୍ଚ ମାଧ୍ୟମକି ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଶିଷ୍ଠ ସଂଗୀତଜ୍ଞ ତଥା ଓଡିଶା ସଂଗୀତ ନାଟକ ଏକାଡେମୀରୁ ପୁରସ୍କାପ ପ୍ରାପ୍ତ ଗୁରୁ ରଘୁନାଥ ପାତ୍ର ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ନେହେରୁ ଯୁବ କେନ୍ଦ୍ରର ଯୁବ ଅଧିକାରୀ ବିଜୟ କୁମାର ମହାପାତ୍ର ଯୋଗ ଦେଇ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜୀବନୀ ସମ୍ବନ୍ଧରେ ଆଲୋକପାତ କରିଥିବା ବେଳେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଦେଶାତ୍ମକବୋଧ ବିଚାରକୁ ନେଇ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଏନ୍ଏସ୍ଏସ୍ ପ୍ରୋଗା୍ରାମ ଅଫିସର ଅଧ୍ୟାପକ ସୀତାରାମ ପ୍ରଧାନ ପରିଚାଳନା କରିଥିବା ବେଳେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ସମସ୍ତ ଅଧ୍ୟାପକ, ଅଧ୍ୟାପିକା କର୍ମଚାରୀ ବୃନ୍ଦ ସହଯୋଗ କରିଥିବା ବେଳେ ନେହେରୁ ଯୁବ କେନ୍ଦ୍ରର କର୍ମଚାରୀ ମାନେ ଉପସ୍ଥିତଥିଲେ । ଏହି ଅବସରରେ ବିଶିଷ୍ଠ ସଂଗୀତଜ୍ଞ ଗୁରୁ ରଘୁନାଥ ପାତ୍ରଙ୍କୁ ତାଙ୍କର ଅବଦାନ ପାଇଁ ନେହେରୁ ଯୁବ କେନ୍ଦ୍ର ଏବଂ ବିନୋଦିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ସମ୍ବୋର୍ଦ୍ଧିତ ମଧ୍ୟ କରାଯାଇଥିଲା ।