ଏନ୍‌ୱାଇକେ ତରଫରୁ “ସ୍ୱଚ୍ଛତା ପାଖୱାଡା” କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ତ ନେହେରୁ ଯୁବ କେନ୍ଦ୍ର ଆନୁକୁଲ୍ୟରେ ଜିଲ୍ଲାର ୭ଗୋଟି ବ୍ଲକରେ ନେହେରୁ ଯୁବ କେନ୍ଦ୍ର ସହାୟତାରୁ ଦୁଇ ସପ୍ତାହ ବ୍ୟାପୀ “ସ୍ୱଚ୍ଛତା ପାଖୱାଡା” କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆସନ୍ତା ୧୫ ଅଗଷ୍ଟ ପର୍ଯ୍ୟନ୍ତ ଚାଲୁ ରହିବ । ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ବିଜୟ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟକ୍ରମ ଗୁଡିକ କରାଯାଇଛି । ଏଥି ଉପଲକ୍ଷେ ଗୁମ୍ମା ବ୍ଲକର ପଦ୍ମପୁର ଗ୍ରାମ ଠାରେ ପଦ୍ମପୁର ଯୁବକ ସଂଘ ଦ୍ୱାରା ସ୍ୱଚ୍ଛତା ଉପରେ ଶପଥ ପାଠ ବାର୍ତ୍ତା ପ୍ରାସର କରାଯାଇଥିଲା ବେଳେ ଆର୍‌.ଉଦୟଗିରି ବ୍ଲକରେ ଯୁବକ ସଂଘ ଦ୍ୱାରା ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା । ଠିକ୍ ସେହିପରି କାଶୀନଗର ବ୍ଲକର କେ.ସୀତାପୁର ଗ୍ରାମ ଠାରେ ଝାନ୍ସୀ ରାଣୀ ଯୁବକ ସଂଘ ଦ୍ୱାରା ଏବଂ ଜୟଶ୍ରୀ ରାମ ଯୁବକ ସଂଘ ଦ୍ୱାରା ୫୦ଟି ଚାରା ରୋପଣ କରାଯାଇଥିଲା । ଏହି ଚାରା ରୋପଣ କାର୍ଯ୍ୟକ୍ରମ ହୋଇଥିବା ବେଳେ ସ୍ଥାନୀୟ କାଶୀନଗର ବ୍ଲକର କେ.ସୀତାପୁର ଗ୍ରାମର ସରପଞ୍ଚ ଡି.ରାଜେଶ କୁମାର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ