ଏନ୍ ଏପି ଏସ୍ କିଡ୍ସ ଦାଣ୍ଡିଆ ୨୦୧୯ ଅନୁଷ୍ଠିତ
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍):ବ୍ରହ୍ମପୁର ମହାନଗରରେ ଏନ ଏପି ଏସ୍ ପକ୍ଷରୁ ନୃତ୍ୟାନୁଷ୍ଠାନ ପ୍ରସନ୍ନାକ୍ଷୀ ସହଯୋଗରେ ଆଜି ସଂନ୍ଧ୍ୟାରେନ୍ୟୁ ଆଙ୍ଗନ ପ୍ଲେ ସ୍କୁଲ ପରିସରରେ କିଡସ୍ ଦାଣ୍ଡିଆ ୨୦୧୯ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ କନକଲତା ପଟ୍ଟନାୟକୂ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ବିଶିଷ୍ଟ ସାମ୍ବାଦିକ ସୁଦିପ୍ତ ସାହୁ ଯୋଗ ଦେଇ ପିଲା ମାନଙ୍କୁ ଉସ୍ରାହିତ କରିଥିଲେ । ନୃତ୍ୟଗୁରୁ କେ . ଦିଲ୍ଲିପ କୁମାର ରାଓଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ୧୦ ବର୍ଷରୁ କମ ବୟସର ବାଳକ ବାଳିକା ମାନେ ଯୋଗ ଦେଇ ମାଁଙ୍କ ଆଗରେ ନୃତ୍ୟୁ ପରିବେଶଣ କରିଥିଲେ ।ଶେଷରେ ପେରଫରମନ୍ସ କରିଥିବା ରଞ୍ଜିତା ପାଢୀ ,ତ୍ରିବେଦୀ ପଟ୍ଟନାୟକ,ଏସ୍ ବାଲ କ୍ରିର୍ଷ୍ଣା ,ନନ୍ଦିତା ପୁରୋହିତ ,ପୁଷ୍ପାଞ୍ଜଳି ବେହେରା ,ବି ସୁଜାତା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।ବିଶିଷ୍ଟ ଉଦଘୋଷିକା ରଶ୍ମିତା କୁମାରୀ ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ ।