ଏନ୍.ଏମ୍.ଆଇ.ଇ.ଟି ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍) : ରାଜ୍ୟର ଏକ ବହୁ ପୁରାତନ, ଅଗ୍ରଣୀ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନ ଏନ୍.ଏମ୍. ଇନ୍ଷ୍ଟିଚ୍ୟୁଟ୍ ଅଫ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜିରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଅଛି । କଲେଜ ପରିସରରେ ଯୋଗଗୁରୁ ପିତାମ୍ବର ସାହୁ ଏ ନେଇ ଏକଘଣ୍ଟା ଧରି ଯୋଗର ଉପକାରିତା ଉପରେ ଆଲୋକପାତ କରିଥିଲେ । କଲେଜର ଅଧିକାରୀ ଓ କର୍ମ•ରୀମାନେ ଏଥିରେ ଭାଗ ନେଇଥିଲେ । ଯୁବପିଢିଙ୍କୁ ଯୋଗର ଉପକାରିତା ଜଣାଇବା ପାଇଁ କଲେଜ ଅଧିକାରୀ ଓ କର୍ମ•ରୀଙ୍କ ପିଲାମାନଙ୍କୁ ମଧ୍ୟ ଏହି ଯୋଗ ଦିବସକୁ ଆମନ୍ତ୍ରଣ କରାଯାଇଥିଲା । ଯୋଗାସନ ଅର୍ଦ୍ଧ ମତ୍ସ୍ୟନ୍ଦ୍ରାସନ, ଜାନୁ ଶୀର୍ଷାସନ, ଭୂଜଙ୍ଗାସନ, ବକାସନ, ତ୍ରିକୋଣାସନ ଆଦି ଯୋଗଗୁରୁ ଶ୍ରୀ ସାହୁଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା । ଏହି ଅବସରରେ କଲେଜର ଉପାଧ୍ୟକ୍ଷ ପି. କେ. ସ୍ୱାଇଁ, ଅନୁଷ୍ଠାନର ଲୋକସମ୍ପର୍କ ନିର୍ଦ୍ଦେଶିକା ଶିଳ୍ପା ପରିଡ଼ା, ଅନ୍ୟ ବିଭାଗୀୟ ମୁଖ୍ୟ ଓ କର୍ମ•ରୀମାନେ ଉପସ୍ଥିତ ଥିଲେ । ‘ଆଜିର ଯୁଗରେ ମଣିଷମାନେ ଅନ୍ତରୀଣ ଶାନ୍ତି, ସୁସ୍ଥ ମସ୍ତିଷ୍କ ଏବଂ ସୁସ୍ଥ ଶରୀର ପାଇଁ କାର୍ଯ୍ୟ କରୁଛନ୍ତି ଯାହାକି ଯୋଗ ଆପଣମାନଙ୍କ ପାଇଁ କରିପାରୁଛି’ । ଜଣେ ସୁସ୍ଥ ଲୋକ ଜୀବନରେ ଅଧିକ କିଛି ହାସଲ କରିପାରିବ ଏବଂ ଖୁସି ରହିପାରିବ ବୋଲି ନିର୍ଦ୍ଦେଶିକା ପରିଡ଼ା କହିଛନ୍ତି । ଏଆଇସିଟିର ଗାଇଡ଼୍ଲାଇନ୍ ଅନୁଯାୟୀ ଯୋଗକୁ ଏବେ ପାଠ୍ୟକ୍ରମରେ ସାମିଲ୍ କରାଯାଇଥିବା ସେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ